ଭୁବନେଶ୍ବର: ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ସମେତ ଦେଶର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ବ୍ୟବସାୟର ଅପାର ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ଏହି ବାଣିଜ୍ୟିକ ରାଜିନାମାର ଲାଭ ମିଳିବ। ଭାରତ-ବ୍ରିଟେନ୍ ଏଫ୍‌ଟିଏ ଦ୍ୱାରା ଓଡ଼ିଶାରେ ଉତ୍ପାଦିତ ହେଉଥିବା ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପାଇଁ ବ୍ରିଟେନର ଏକ ବଡ଼ ବଜାର ସୃଷ୍ଟି ହେବ। ପାରାଦୀପ ଏବଂ ବାଲେଶ୍ୱର ଭଳି ସ୍ଥାନରୁ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ବୃଦ୍ଧି ପାଇବ ଏବଂ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ ମତ୍ସ୍ୟପାଳନ ଉଦ୍ୟୋଗ ଲାଭାନ୍ବିତ ହୋଇପାରିବ।

Advertisment

ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ଏହି ବାଣିଜ୍ୟିକ ରାଜିନାମାର ଲାଭ ମିଳିବ। ଭାରତ-ବ୍ରିଟେନ୍ ଏଫ୍‌ଟିଏ ଦ୍ୱାରା ଓଡ଼ିଶାରେ ଉତ୍ପାଦିତ ହେଉଥିବା ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପାଇଁ ବ୍ରିଟେନର ଏକ ବଡ଼ ବଜାର ସୃଷ୍ଟି ହେବ। ପାରାଦୀପ ଏବଂ ବାଲେଶ୍ୱର ଭଳି ସ୍ଥାନରୁ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ବୃଦ୍ଧି ପାଇବ।

ପୂବତରୁ ଭାରତରୁ ବ୍ରିଟେନକୁ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ହେଉଥିଲା। ଅଧିକ ଶୁଳ୍କ କାରଣରୁ ବ୍ରିଟେନର ୫.୪ ବିଲିୟନ ଆମେରିକୀୟ ଡଲାର ସାମୁଦ୍ରିକ ଉତ୍ପାଦରେ ରପ୍ତାନିରେ ଭାରତର ଅଂଶଧନ ମାତ୍ର ୨.୫% ଥିଲା। ୨୦୨୪-୨୫ରେ ଭାରତରୁ ୧୦୪.୪୩ ନିୟୁତ ଡଲାର ସାମୁଦ୍ରିକ ଉତ୍ପାଦ ରପ୍ତାନି ହୋଇଥିବା ବେଳେ ଏଥିରେ ଚିଙ୍ଗୁଡ଼ିର ଭାଗ ୭୭% ରହିଛି। ପୂର୍ବରୁ ଭାରତରୁ ରପ୍ତାନି ହେଉଥିବା ଚିଙ୍ଗୁଡ଼ି ଉପରେ ୪.୨%ରୁ ୮.୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେଉଥିଲା। 

ସେହିପରି ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ଶୁଳ୍କ ପରିମାଣ ୨୧.୫%ରେ ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲା। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ  ବିସ୍ତୃତ ବାଣିଜ୍ୟିକ ରାଜିନାମା ପରେ ଭାରତର ୯୯% ସାମୁଦ୍ରିକ ଉତ୍ପାଦକୁ ବ୍ରିଟେନ୍ ବଜାରେ ନିଃଶୁକ୍ଲ କାରବାର ପାଇଁ ସୁବିଧା ମିଳିବ। ଫଳରେ ଦେଶର ସାମୁଦ୍ରିକ ରପ୍ତାନି ଓ କାରବାର ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ଏହା ଦ୍ବାରା ଓଡ଼ିଶା ସମେତ ସବୁ ଉପକୂଳବର୍ତ୍ତୀ ରାଜ୍ୟ ବିଶେଷ ଲାଭ ପାଇବେ। ଓଡ଼ିଶାରେ ରପ୍ତାନି ଆଧାରିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରପ୍ତାନିକାରୀମାନଙ୍କୁ ଭଲ ମୂଲ୍ୟ ମିଳିବ ଏବଂ ମତ୍ସ୍ୟଜୀବୀଙ୍କର ଆୟ ବୃଦ୍ଧି ପାଇବ। ରାଜ୍ୟ ତଥା ଦେଶର ଉପକୂଳ ଅର୍ଥବ୍ୟବସ୍ଥା ପାଇଁ ଅପାର ସମ୍ଭାବନା ସୃଷ୍ଟି ଟେବ। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ନିୟୋଜିତ ମହିଳାମାନେ ମଧ୍ୟ ଅଧିକ ରୋଜଗାରକ୍ଷମ ହୋଇପାରିବେ। 

Business