ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ମାଲକାନଗିରି ଜିଲ୍ଲା ନାରାୟଣପୁର ଜିଲ୍ଲାର ସବୁଠାରୁ ବଡ ଜଂଗଲ ଭାବେ ଆବୁଝମାଡ ବେଶ ପରିଚିତ। କୋହକାମେଟା ଥାନା ଅନ୍ତର୍ଗତ କୁତୁଲ ହେଉଛି ନକ୍ସଲଙ୍କର ରାଜଧାନୀ। ଯେଉଁଠି ନକ୍ସଲ ନିଜର ସମସ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ତାଲିମ କେନ୍ଦ୍ର ମଧ୍ୟ କରିଥିଲେ। ଏବେ ସୁରକ୍ଷାକର୍ମୀ ସେଠାରେ ମଧ୍ୟ ପହଞ୍ଚିଗଲେ।

Advertisment

ଗୋଟିଏ ବର୍ଷ ମଧ୍ୟରେ ଆବୁଝମାଡ ଜଂଗଲରେ ୯ଟି କ୍ୟାମ୍ପ କରି ପୁଲିସ ନକ୍ସଲଙ୍କୁ ପଛକୁ ଫେରିଯିବାକୁ ବାଧ୍ୟ କରିଛି। ଏଠାରେ କୁତୁଲ ଗ୍ରାମବାସୀ ସହ କୋଡନାର, ବକୁଡ, ପେବେର, ଗେହନାର, ମନ୍ଦୋରା, କୋଡତା ମାରକା, ଫରସେବେଡା ଭଳି ୧୦ଟି ଗ୍ରାମର ଶତାଧିକ ଲୋକଙ୍କୁ ନେଇ ଜନସଂପର୍କ ଶିବିର ଅନୁଷ୍ଠିତ କରି ଯବାନ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି।

publive-image

ଗ୍ରାମବାସୀ ମଧ୍ୟ ଏହି ଅଂଚଳରେ ରାସ୍ତା, ବିଦ୍ୟୁତ, ଶିକ୍ଷା,ପାନୀୟ ଜଳ ଇତ୍ୟାଦି ମୌଳିକ ସୁବିଧା ପାଇଁ ଦାବି କରିଥିଲେ। ଏହି କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲ ସମର୍ଥକମାନେ ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ଏହି ଗ୍ରାମମାନଙ୍କରେ ନକ୍ସଲ ଦ୍ବାରା ମୃତ୍ୟୁବରଣ କରିଥିବା ଲୋକଙ୍କ ଉଦେଶ୍ୟରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କୁତୁଲରେ ରହିଥିବା ନକ୍ସଲଙ୍କର ଏକ ବିରାଟ ସ୍ମାରକିକୁ ମଧ୍ୟ ଯବାନ ଧ୍ବଂସ କରିଥିଲେ।

ଆବୁଝମାଡ ଜଂଗଲରେ ୯ଟି କ୍ୟାମ୍ପ କରି ପୁଲିସ ନକ୍ସଲଙ୍କୁ ପଛକୁ ଫେରିଯିବାକୁ ବାଧ୍ୟ କରିଛି। ଏଠାରେ କୁତୁଲ ଗ୍ରାମବାସୀ ସହ କୋଡନାର, ବକୁଡ, ପେବେର, ଗେହନାର, ମନ୍ଦୋରା, କୋଡତା ମାରକା, ଫରସେବେଡା ଭଳି ୧୦ଟି ଗ୍ରାମର ଶତାଧିକ ଲୋକଙ୍କୁ ନେଇ ଜନସଂପର୍କ ଶିବିର ଅନୁଷ୍ଠିତ କରି ଯବାନ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି।

 

ଗୋଟିଏ ବର୍ଷ ମଧ୍ୟରେ ଆବୁଝମାଡ ଜଂଗଲର ୫୦ କିଲୋମିଟର ଭିତରେ ଯବାନ ପଶି ସାରିଲେଣି। ଆଉ ୧୫ କିଲୋମିଟର ପରେ ଜଂଗଲ ସରିବା ସହ ସୀମା ମଧ୍ୟ ସରିବ ବୋଲି କୁହାଯାଇଛି। କୁତୁଲରେ ପୁଲିସ କ୍ୟାମ୍ପ ପରେ ନକ୍ସଲ ଏବେ ହଡବଡେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିଭିନ୍ନ ଉପାୟ କରୁଥିବା କୁହାଯାଇଛି। ନରାୟଣପୁର ଜିଲ୍ଲାରେ ଏକ ବର୍ଷ ମଧ୍ୟରେ ୭୩ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୪୩ ମାଓବାଦୀଙ୍କୁ ଗିରଫ ଏବଂ ୫୯ ମାଓବାଦୀଙ୍କୁ ମରାଯାଇଛି।