ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଉଁଲାବାହାଲ ଠାରେ କୋଲକରିଡ଼ର ରାସ୍ତାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼ ୬ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାସ୍ତାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡର ମୃତ୍ୟୁ ହୋଇଛି।
ସୂଚନାରୁ ପ୍ରକାଶ ଯେ, ଅଉଁଲାବାହାଲ ରାସ୍ତାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ରଜତ ପଟେଲ କାମ ସାରି ଅଉଁଲାବାହାଲକୁ ସାଇକେଲରେ ଫେରୁଥିବା ବେଳେ ଅପରପଟୁ ଆସୁଥିବା କୋଇଲା ବୋଝେଇ ଭାରୀଯାନ (ଓଡି ୧୬ ଏଲ୍ ୭୫୦୭) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ମୃତ ଯୁବକ ଭୋଜପୁରର ହୋଇଥିବା ବେଳେ ଅଉଁଲାବାହାଲ ତାର ମାମୁଁଘର। ମାମୁଁ ଘରେ ରହି ସେ ନିଜ ଡ୍ୟୁଟି କରୁଥିଲା।
ଉଁଲାବାହାଲ ରାସ୍ତାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ରଜତ ପଟେଲ କାମ ସାରି ଅଉଁଲାବାହାଲକୁ ସାଇକେଲରେ ଫେରୁଥିବା ବେଳେ ଅପରପଟୁ ଆସୁଥିବା କୋଇଲା ବୋଝେଇ ଭାରୀଯାନ (ଓଡି ୧୬ ଏଲ୍ ୭୫୦୭) ଧକ୍କା ଦେଇଥିଲା।
ଖବର ପାଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରାଯାଇଛି। ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ପ୍ରକାଶ। ତେବେ କିଛି ଦିନ ହେବ ଏହି କରିଡରରେ କୋଇଲା ଓ ଆସ୍ ବୋଝେଇ ଭାରୀଯାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବେପରୁଆ ଗାଡି ଚଲାଚଳ ଯୋଗୁଁ ନିୟମିତ ଛୋଟବଡ଼ ଦୁର୍ଘଟଣା ହେଉଥିବାରୁ କରିଡର ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
Accident | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)