ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲଙ୍କ ଦବଦବା ଏବେ ବି ରହିଛି। ରାଜ୍ୟର କୌଣସି ନା କୌଣସି ସ୍ଥାନରେ ନକ୍ସଲ ନିଜର ପତିଆରା ଦେଖାଇବା ସହିତ ହିଂସା ଘଟାଉଛନ୍ତି। ଗତ ୨୦୧୦ ପରଠାରୁ ରାଜ୍ୟରେ ଯେତେ ବି ହିଂସା ଘଟିଛି, ସେଥିରେ ଜଣକର ହିଁ ନାମ ଆସେ ସେ ହେଉଛି ଦୁର୍ଦାନ୍ତ ନକ୍ସଲ ଲିଡର ମାଡବୀ ହିଡମା। ସେ ପ୍ରଥମେ ବାଟାଲିୟନ ନମ୍ବର ୧ର କମାଣ୍ଡର ଥିଲା।କିନ୍ତୁ ଏବେ ସେ କେନ୍ଦ୍ରୀୟ କମିଟିର ସଦସ୍ୟ ବନିଛି।
ଦୁର୍ଦ୍ଦାନ୍ତ ନକ୍ସଲ ହିଡମାର ନିଜ ପୈତୃକ ଗ୍ରାମ ପୁବର୍ତ୍ତୀକୁ ଏବେ ସୁରକ୍ଷାକର୍ମୀ ନିଜ କବଜାରେ ନେଇଯାଇଛନ୍ତି। ଏଠାରେ ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ପୁବର୍ତ୍ତୀ ଗ୍ରାମଟି ସୁକମା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତରେ ଅବସ୍ଥିତ। ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରି ନାହିଁ କି ସରକାରଙ୍କ କୌଣସି ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ବର୍ତ୍ତମାନ ବାଟାଲିୟନ ନମ୍ବର ୧ର କମାଣ୍ଡର ବାଡସେ ଦେବାର ଗ୍ରାମ ମଧ୍ୟ ପୁବର୍ତ୍ତୀ ଅଟେ।
/sambad/media/media_files/2024/10/25/mkg-hidma-village.jpg)
ଏହି ଗ୍ରାମରୁ କେବଳ ହିଡମା କିମ୍ବା ଦେବା ହିଁ ନକ୍ସଲ ସଂଗଠନରେ ଭର୍ତ୍ତି ହୋଇନାହାନ୍ତି। ବରଂ ଏହି ଗ୍ରାମରୁ ୮୦ରୁ ଊର୍ଦ୍ଧ୍ବ ଲୋକ ନକ୍ସଲ ସଂଗଠନରେ ଜଡିତ ହୋଇ କାର୍ଯ୍ୟ କରୁଛନ୍ତି। ଏହି ଗ୍ରାମରେ କ୍ୟାମ୍ପ ଖୋଲିବା ଏକ ପ୍ରକାର ଚ୍ୟାଲେଞ୍ଜ ଥିବା ସୁରକ୍ଷାକର୍ମୀଙ୍କ ପାଇଁ। କାରଣ ଏହି ଅଂଚଳରେ ମାଓବାଦୀଙ୍କ ପତିଆରା ସବୁଠାରୁ ବେଶୀ ରହିଥାଏ। ଏଥିସହ ମାଓ ସଂଗଠନର ସବୁଠାରୁ ବଡ ବାଟାଲିୟନ ନମ୍ବର ୧ର ଦବଦବା ଏହି ଅଂଚଳରେ ରହିଛି। ଏହି ଅଂଚଳରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ସହ କେନ୍ଦ୍ରୀୟ କମିଟିର ସଦସ୍ୟମାନେ ମଧ୍ୟ ଏହି ଅଂଚଳରେ ବୁଲୁଥାନ୍ତି। ଏହି ଗ୍ରାମ ଠାରୁ ପ୍ରାୟ ୫ କିଲୋମିଟ ପର୍ଯ୍ୟନ୍ତ ସିଆରପିଏଫ, ବିଏସଏଫ, ଡିଆରଡି, ଏସଟିଏଫ, ବସ୍ତର ଫାଇଟରସ୍, ଆଇଟିବିପି ଯବାନଙ୍କୁ ଅବସ୍ଥାପିତ କରାଯାଇଛି।
ଏହି ଗ୍ରାମରେ ଏକ ବଡ ଘର ନିର୍ମାଣ କରାଯାଇଛି, ଯେଉଁଠି ନକ୍ସଲ ସଂଗଠନର ବଡ଼ବଡ଼ ଲିଡର ବସି ପୁଲିସ ଏବଂ ସରକାରଙ୍କ ବିରୋଧରେ ରଣନୀତି ତିଆରି କରୁଥିଲେ। ଏବେ ଏହି ଘରକୁ ଏସଟିଏଫ ନିଜର ବାର ରୁମ ତିଆରି କରିଛି। ପୁବର୍ତ୍ତୀ ଗ୍ରାମକୁ ସୁରକ୍ଷାକର୍ମୀ ନିଜ କବଜାରେ ନେବା ପରେ ସଂଗଠନ ଆହୁରି ପଛକୁ ଠେଲି ହୋଇଯାଇଥିବା କୁହାଯାଇଛି। ଏଠାରେ ରହିଥିବା ଏକ ବଡ଼ ସହିଦ ସ୍ତମ୍ଭକୁ ଯବାନ ଧ୍ବଂସ କରିଦେଇଛନ୍ତି। ପୁଣି ଏହି ଗ୍ରାମ ନିକଟରେ ଏକ ଟ୍ରାକ୍ଟର ରହିଥିବା ଯବାନ ଦେଖିଥିଲେ। ସେହି ଟ୍ରାକ୍ଟରକୁ ନକ୍ସଲ ବ୍ୟବହାର କରୁଥିଲେ। ନିଜର ଜିନିଷପତ୍ର ନେବା ଆଣିବାରେ ଏହି ଟ୍ରାକ୍ଟର ବ୍ୟବହୃତ ହେଉଥିବା କୁହାଯାଇଛି। ଯବାନ ଗାଁକୁ ଚାରିପଟୁ ଘେରିବା ଦେଖିବା ପରେ ଗ୍ରାମର ସମସ୍ତ ଲୋକ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଥିଲେ। ପରେ ସୁରକ୍ଷାକର୍ମୀ ସେମାନଙ୍କୁ ବୁଝାସୁଝା କରିବା ପରେ ପୁଣି ଗାଁକୁ ଫେରିଥିଲେ।
ଯବାନ ଏଠାରେ ବିକାଶ ମୂଳକ କାମ କରିବାକୁ ଆସିଛି ବୋଲି ବୁଝାଇଥିଲେ। ନକ୍ସଲ କେବେ ମଧ୍ୟ ବିକାଶ ଚାହାନ୍ତି ନାହିଁ। ହିଂସାରେ କେବେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ନାହିଁ ବୋଲି କୁହାଯାଇଥିଲା। ଖୁବଶୀଘ୍ର ହିଡମା ନିକଟରେ ଯବାନ ପହଞ୍ଚିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/25/mkg-mao-cc-leader-hidma.jpg)