ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ରାଜ୍ୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚି ଚୂଡ଼ାନ୍ତ ହୋଇଯାଇଛି। ନିଜ ନିଜ କ୍ବାର୍ଟରଫାଇନାଲ ମ୍ୟାଚ୍କୁ ଜିତି ସୁନ୍ଦରଗଡ଼, ଏସ୍ଏମ୍ଏସ୍ ହକି ଏକାଡେମୀ, ଓଡ଼ିଶା ନାଭାଲ ଟାଟା ଏଚ୍ପିସି ଓ ଖୋର୍ଦ୍ଧା ସେମିଫାଇନାଲ ପ୍ରବେଶ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଉଭୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ।
ସୋମବାର ଖେଳାଯାଇଥିବା ପ୍ରଥମ କ୍ବାର୍ଟରଫାଇନାଲ ମ୍ୟାଚ୍ରେ ସୁନ୍ଦରଗଡ଼ର ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ସୁନ୍ଦରଗଡ଼ ହକି ସଂଘ ୧-୦ ଗୋଲ୍ରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଥିଲା।
ସେହିଭଳି ଏସ୍ଏମ୍ଏସ୍ ହକି ଏକାଡେମୀ ୮-୦ ଗୋଲରେ ପୁରୀକୁ ପରାସ୍ତ କରିଥିବାବେଳେ ଓଡ଼ିଶା ନାଭାଲ ଟାଟା ଏଚ୍ପିସି ୪-୦ ଗୋଲରେ ଝାରସୁଗୁଡ଼ା ଓ ଖୋର୍ଦ୍ଧା ୧୯-୦ ଗୋଲ୍ରେ ଜିନ୍ଦଲ ଫାଉଣ୍ଡେସନକୁ ପରାସ୍ତକରି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/01/hockey-2025-09-01-22-41-58.jpg)