ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶେଖ୍ ଅବଦୁଲ କଲିମ(୫୭)ଙ୍କର ଶୁକ୍ରବାର ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ବାସଭବନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ପକ୍ଷରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟବର୍ତ୍ତୀ କଡ଼ବ ଗାଁରେ ଜନ୍ମିତ ଶେଖ୍ କଲିମ୍ ୯୦ ଦଶକରୁ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ। ଉତ୍କଳିକା, ଦିନଲିପି, ଦର୍ଶନ ଏବଂ ଏସ୍ଟିଭି ଭଳି ଖବରକାଗଜ ଓ ଟିଭି ଚ୍ୟାନେଲରେ ପୂର୍ବରୁ କାର୍ଯ୍ୟ କରିଥିବା ଶେଖ କଲିମ ସଂପ୍ରତି ‘ସମ୍ବାଦ କଳିକା’ର ବାର୍ତ୍ତା ସଂପାଦକ ଦାୟିତ୍ବ ତୁଲାଉଥିଲେ। ପରଲୋକ ଖବର ପାଇ ଭୁବନେଶ୍ବରସ୍ଥିତ ବାସଭବନରେ ଆତ୍ମୀୟସ୍ବଜନ ଓ ସାମ୍ବାଦିକମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟବର୍ତ୍ତୀ କଡ଼ବ ଗାଁରେ ଜନ୍ମିତ ଶେଖ୍ କଲିମ୍ ୯୦ ଦଶକରୁ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ। ଉତ୍କଳିକା, ଦିନଲିପି, ଦର୍ଶନ ଏବଂ ଏସ୍ଟିଭି ଭଳି ଖବରକାଗଜ ଓ ଟିଭି ଚ୍ୟାନେଲରେ ପୂର୍ବରୁ କାର୍ଯ୍ୟ କରିଥିବା ଶେଖ କଲିମ ସଂପ୍ରତି ‘ସମ୍ବାଦ କଳିକା’ର ବାର୍ତ୍ତା ସଂପାଦକ ଦାୟିତ୍ବ ତୁଲାଉଥିଲେ। ପରଲୋକ ଖବର ପାଇ ଭୁବନେଶ୍ବରସ୍ଥିତ ବାସଭବନରେ ଆତ୍ମୀୟସ୍ବଜନ ଓ ସାମ୍ବାଦିକମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ କଡ଼ବ ଗ୍ରାମ ଅଭିମୁଖେ ନିଆଯାଇଛି। ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/19/gHLTXnnuC1wCnieE5FXl.jpg)