ଭଦ୍ରକ: ଭଦ୍ରକ ସହରର ୪ ମନ୍ଦିରରୁ ତାଲାଭାଙ୍ଗି ସିରିଜ୍ ଚୋରି ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ୱାର୍ଡ ନଂ ୨୮ର ଗରଦପୁରରେ ଥିବା ହନୁମାନ ମନ୍ଦିର, ଶିବ ମନ୍ଦିର,  ମଙ୍ଗଳା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଲୁଟ୍ ହୋଇଛି। ଉପରୋକ୍ତ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦାନବାକ୍ସ, ଏକ କିଲୋଗ୍ରାମ୍ ସୁନାରୁପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିଲେ। ସେଠାରୁ ଦାନବାକ୍ସ, ରାଧାକୃଷ୍ଣ ଠାକୁରଙ୍କ ରୁପା ମୁକୁଟ ଇତ୍ୟାଦି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Advertisment

ୱାର୍ଡ ନଂ ୨୮ର ଗରଦପୁରରେ ଥିବା ହନୁମାନ ମନ୍ଦିର, ଶିବ ମନ୍ଦିର,  ମଙ୍ଗଳା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଲୁଟ୍ ହୋଇଛି। ଉପରୋକ୍ତ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦାନବାକ୍ସ, ଏକ କିଲୋଗ୍ରାମ୍ ସୁନାରୁପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିଲେ। ସେଠାରୁ ଦାନବାକ୍ସ, ରାଧାକୃଷ୍ଣ ଠାକୁରଙ୍କ ରୁପା ମୁକୁଟ ଇତ୍ୟାଦି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ସିରିଜ୍ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।