ବ୍ରହ୍ମପୁର: ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ୭ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ବ୍ରହ୍ମପୁର ପୁଲିସ ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୁଳି, ବନ୍ଧୁକ, ଟଙ୍କା ଆଦି ସାମଗ୍ରୀ ଜବତ ହୋଇଛି।
ପୁଲିସ କହିଛି, ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ଅଭିଯୁକ୍ତମାନେ ଗୋଷାଣୀନୂଆଗାଁ ଓ ବୈଦ୍ୟାନାଥପୁରରେ ଚଳପ୍ରଚଳ କରୁଥିବା ନେଇ ସୂଚନା ମିଳିଥିଲା। ଅଭିଯୁକ୍ତମାନେ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ମଧ୍ୟ ପୁଲିସ ଜାରିବାକୁ ପାଇଥିଲା। ଏହି ଆଧରରେ ଗୋଷାଣୀନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ମିଳିତ ଚଢ଼ାଉ କରାଯାଇଥିଲା।
ପୁଲିସ ଗୋଷାଣୀନୂଆଗାଁ ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ବଡ଼ବଜାର ଥାନା ଲକ୍ଷ୍ମୀନରସିଂହସାହିର ସୂରଜ ପାଢ଼ୀ (୩୯), ଭଂଜନଗର ଥାନା କୁଲାଣ୍ଡି ଗାଁର ଗୋବର୍ଦ୍ଧନ ପାତ୍ର (୩୮), ଗୋଷାଣୀନୂଆଗାଁ ଥାନା ଶାସ୍ତ୍ରୀନଗରର ସୁନୀଲ କୁମାର ସାହୁ (୩୪), ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧୀନ ତିରୁମାଲା ଗାଁର ସୁମନ୍ତ ପାତ୍ର (୩୯) ଓ ଜଙ୍କିଆ ଥାନା ଅଧୀନ ହାଡ଼ପାଦ ଗାଁର ରବୀନ୍ଦ୍ର ମହରଣା (୫୦)।
ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଂଜାମ ଜିଲ୍ଲା ଜରଡ଼ା ଥାନା ନାରାୟଣପୁର ଗାଁର ରଂଜନ ଗୌଡ଼ (୪୦) ଓ ବ୍ରହ୍ମପୁର କେ ନୂଆଗାଁ ଥାନା ରାମଚନ୍ଦ୍ରପୁର ଗାଁର ସୁଶୀଳ କୁମାର ପଣ୍ଡା (୪୭)।
/sambad/media/media_files/2025/05/31/b366ed2b-f4e1-4a0a-8680-9a522c2bb75a-971642.jpg)
ଗୋଷାଣୀନୂଆଗାଁ ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ୯ଟି ଜୀବନ୍ତ ଗୁଳି ସମେତ ଏକ ଦେଶୀ ପିସ୍ତଲ, ଗୋଟିଏ ସ୍ବଦେଶୀ ଏୟାର ଗନ୍, ୫ଟି ଦେଶୀ ବୋମା, ୬ଟି ମୋବାଇଲ ଫୋନ୍, ୨୨ଟି ଏଟିଏମ୍ କାର୍ଡ ଜବତ ହୋଇଛି। ସେହିପରି ବୈଦ୍ୟନାଥ ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ଟି ପିସ୍ତଲ, ୧,୧୧,୫୦୦ ଟଙ୍କା, ୬ଟି ମାଗାଜିନ ଓ ଏକ ଦାମୀ ଚାରିଚକିଆ ଗାଡ଼ି ଜବତ କରିଛି।
ganjam | Police | Berhampur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/31/92adc799-f2b8-47cf-ad46-980ffa3e66b6-674450.jpg)