ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ସହରର ପୋଷ୍ଟ ଅଫିସ ଛକରେ ଅବସ୍ଥିତ ଅବକାରୀ କାର୍ଯ୍ୟାଳୟ ପରିସରରେ ଏକ ୭ଫୁଟିଆ ଅଜଗରକୁ ଆଜି ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ପ୍ରବୀଣ ନାୟକ(କାଳିଆ) ସୁରକ୍ଷିତ ଭାବେ ଉଦ୍ଧାର କରି କଳିଙ୍ଗାଘାଟି ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

Advertisment

କାର୍ଯ୍ୟାଳୟ ପରିସରରେ ଅଜଗର ସାପ ଥିବା ଦେଖି ସମସ୍ତ କର୍ମଚାରୀ ଭୟଭୀତ ହୋଇ କଳିଆଙ୍କୁ ସୂଚନା ଦେବା ପରେ ସେ ସେଠାରେ ପହଞ୍ଚି ଅତି ସତର୍କତାର ସହ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ।

ପ୍ରାପ୍ତ ସୂଚନାନୁସାରେ ଅବକାରୀ କାର୍ଯ୍ୟାଳୟ ପରିସରରେ ଅଜଗର ସାପ ଥିବା ଦେଖି ସମସ୍ତ କର୍ମଚାରୀ ଭୟଭୀତ ହୋଇ କଳିଆଙ୍କୁ ସୂଚନା ଦେବା ପରେ ସେ ସେଠାରେ ପହଞ୍ଚି ଅତି ସତର୍କତାର ସହ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ। ଏହାକୁ ଆଣି ଜଙ୍ଗଲରେ ଛାଡ଼ିଦେଇଥିଲେ। ବିନା ପାରିଶ୍ରମିକରେ ପ୍ରବୀଣ ସାପକୁ ଧରିବା ଭଳି ଦୁଃସାହସିକ କାର୍ଯ୍ୟ କରି ସାରା ଅଞ୍ଚଳରେ ପ୍ରସଂଶାର ପାତ୍ର ହୋଇପାରିଛନ୍ତି।

Kandhamal