ଲଇକେରା: ପୋଖରୀରେ ବୁଡ଼ି ଦ୍ୱିତୀୟ ଶ୍ରେଣୀର ଛାତ୍ରୀର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲଇକେରା ଥାନା ସାହାସପୁର ଫାଣ୍ଡି ଜାମମାଲ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ ହେଲା ଶ୍ରାବଣୀ ମାଝୀ (୭)।
ପୁଲିସର କହିଛି, ଜାମମାଲ ଗ୍ରାମର ଶ୍ରାବଣୀ ମାଝୀ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ପେରିଥିଲା। ପରେ ସେ ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା। ସନ୍ଧ୍ୟା ହେବାରୁ ଶ୍ରାବଣୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସାଙ୍ଗମାନଙ୍କୁ ପଚାରିବାରୁ ଜଣାପଡିଥିଲା ଯେ ଖେଳୁ ଥିବା ବେଳେ ଅସାବଧାନତା ଯୋଗୁ ପୋଖରୀ ଭିତରେ ଖସି ଯାଇଛି।
ପରିବାର ଲୋକେ ପୋଖରୀ ଭିତରୁ ଖୋଜି ଶ୍ରାବଣୀକୁ ପାଇବା ପରେ ବାମରା ଗୋବିନ୍ଦପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାତି ହୋଇଯାଇଥିବାରୁ ଆଜି ଶବ ବ୍ୟବଚ୍ଛେଦ କରାଇ ଥିଲା। ସାହାସପୁର ଫାଣ୍ଡି ଅଧିକାରୀ ଶିବ ରଣବିଡ଼େ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ଛାତ୍ରୀ ମୃତୁକୁ ନେଇ ପରିବାର ଲୋକଙ୍କ ସହିତ ଗ୍ରାମ ତଥା ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।
Jharsuguda