ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ବ ମିଳିଛି। ଗତ କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଗଭର୍ଣ୍ଣର ଭାବେ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ପ୍ରମୁଖ ସଚିବ ପଦବି ମିଳିଛି। କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଛି। ସେ ପିକେ ମିଶ୍ରଙ୍କ ସହିତ ଦ୍ବିତୀୟ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ।
ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୧୯୫୭ ଫେବ୍ରୁଆରି ୨୬ ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା କେଶବାନନ୍ଦ ଦାସ ଓ ମାତାଙ୍କ ନାମ ଶୋଭାମଂଜରୀ ଦାସ। କେଶବାନନ୍ଦ-ଶୋଭାମଂଜରୀଙ୍କ ୫ପୁତ୍ରଙ୍କ ମଧ୍ୟରୁ ଶକ୍ତିକାନ୍ତ ଥିଲେ ଦ୍ୱିତୀୟ। ସେମାନେ ଥିଲେ କଟକଜିଲ୍ଲା ଆଠଗଡ଼ର ମୂଳ ବାସିନ୍ଦା। ଶକ୍ତିକାନ୍ତ ଭୁବନେଶ୍ୱରସ୍ଥିତ ଡିଏମ ସ୍କୁଲରୁ ନିଜ ସ୍କୁଲରେ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ।
୧୯୮୦ ମସିହାରେ ଶକ୍ତିକାନ୍ତ ଦାସ ତାମିଲନାଡୁ କ୍ୟାଡ଼ର ଭାବେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ। ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ।
୧୯୮୦ ମସିହାରେ ଶକ୍ତିକାନ୍ତ ଦାସ ତାମିଲନାଡୁ କ୍ୟାଡ଼ର ଭାବେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ। ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ। ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ବସ୍ତୁ ଏବଂ ସେବା କର(ଜିଏସଟି)-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଗତ କିଛି ମାସ ପୂର୍ବରୁ ସେ ଏହି ପଦବିରୁ ଅବସର ନେଇଥିଲେ। ତେବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦବି ହାସଲ କରିବାରେ ଶକ୍ତିକାନ୍ତ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/22/cnJKxhKY9VM5Q4DQiAmp.jpg)