ନବରଙ୍ଗପୁର: 'ଚାଷ ତରତର ବଣିଜ ମଠ" ନ୍ୟାୟରେ ଚାଷ ମା ପାଇଁ ଚାଷୀ ଯେତେ ବ୍ୟସ୍ତ ହେଲେ ବି କୌଣସି ନା କୌଣସି କାରଣ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଚାଷକାର୍ଯ୍ୟ ବିଳମ୍ବ ହେଉଛି। ଗୋଟିଏ ପଟେ ମୌସୁମୀ ପାଦ ତଳେ। ଅନ୍ୟପଟେ ଜିଲ୍ଲାରେ ଏବେ ବିହନ ସଙ୍କଟ ଦେଖାଦେଇଛି। କୃଷି ବିଭାଗର ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଜିଲ୍ଲାକୁ ବିହନ ଆସିନଥିବା ଯୋଗୁଁ ଏବେ ଚାଷୀ ମହଲରେ ଭାଲେଣି ଦେଖାହେଇଛି। ଜିଲ୍ଲାର ୧୦ଟି ବ୍ଲକରୁ ୫ଟି ଚୁଳକୁ କିଛି ମାତ୍ରାରେ ବିହନ ପହଞ୍ଚି ଥିବା ବେଳେ ୫ଟି ବ୍ଲକ କୋଷାଗୁମୁଡା, ପାପାଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର ବ୍ଲକର ଚାଷୀଙ୍କ ପାଇଁ ନିଗମ ନିକଟରେ ଆବଶ୍ୟକ ମୁତାବକ ବିହନ ନଥିବା ଯୋଗୁଁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। 

Advertisment

ବିହନର ଅଭାବ ପଛରେ ଜିଲ୍ଲାର ଚାଷୀ, କୃଷି ଅଧିକାରୀ ଓ ବିହନ ନିଗମ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଚଳିତ ଖରିଫରେ ଚାଷୀଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି। ଜିଲ୍ଲାରେ ୬୮ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ୨୨ହଜାର କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସରକାର ୧୫ହଜାର କୁଇଣ୍ଟାଲ ଧାନ ବିହନ ଯୋଗାଇଛନ୍ତି। ଏଥିରେ ଖଣ୍ଡଗିରୀ, ଯଯାତି, ଲଲାଟ, ୧୦୦୧, ୧୨୦୦, ଆରଜେଲ୍ -୩୫୨୮. ପୂଜା, ସ୍ପଷ୍ଠା, ନବୀନ, କେତକୀଜୋହର, ପ୍ରତୀକ୍ଷା, କୋଣାର୍କ, ଆରଜେଲ୍୩୫୩୭ ଧାନ ଯୋଗାଇଛନ୍ତି। ସେଭଳି ଜିଲ୍ଲାକୃଷି ବିଭାଗ ସହ ୧୨ଟି ଘରୋଇ ବିକ୍ରୟ କେନ୍ଦ୍ର କରାଯାଇଛି। ନବରଂଗପୁର, ଚନ୍ଦାହାଣ୍ଡି, କୋଷାଗୁମୁଡା, ଉମରକୋଟରେ ୨ଟି ଲେଖାଏଁ ବିହନ ବିକ୍ରୟ କେନ୍ଦ୍ର କରାଯାଇଥିବା ବେଳେ ଜାବୁଗାଁ, ନନ୍ଦାହାଣ୍ଡି, ପାପାଡାହାଣ୍ଡିରେ ଗୋଟିଏ ଲେଖାଏଁ ମୋଟ ୧୨ଟି ଘରୋଇ ବିକ୍ରୟ କେନ୍ଦ୍ର କରାଯାଇଛି।

 

ନବରଂଗପୁର ବ୍ଲକରେ ୧୬୬୫ କୁଇଣ୍ଟାଲ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୨୪.୪୦ କୁଇଣ୍ଟାଲ ବିହନ ଚାଷୀମାନଙ୍କୁ କୃଷି ପାଇଁ ୮୧୬କୁଇଣ୍ଟାଲ ବିହନ ଯୋଗାଇବାକୁ ଲକ୍ଷ୍ୟ ଥିବା ବେଳେ ୧୪୦୩କୁଇଣ୍ଟାଲ, ତେନ୍ତୁଳିଖୁଣ୍ଟି ପାଇଁ ୧୨୧୫ କୁଇଣ୍ଟାଲ ବିହନ ଯୋଗାଇବାକୁ ଲକ୍ଷ୍ୟ ବେଳେ ରଖାଯାଇଥିବା ୧୧୯୯.୪ କୁଇଣ୍ଟାଲ, ପାପଡାହାଣ୍ଡି ୨୪୭୫କୁଇଣ୍ଟାଲ ସ୍ଥାନରେ ୧୭୪୧.୦୩ କୁଇଣ୍ଟାଲ, କୋଷାଗୁମୁଡା ୨୭୨୪ କୁଇଣ୍ଟାଲ ସ୍ଥାନରେ ୧୩୨୮ କୁଇଣ୍ଟାଲ, ଡାବୁଗାଁ ୧୨୨୫ ଜୁଇଣ୍ଟାଲ ବିହନ ସ୍ଥାନରେ ୭୧୯କୁଇଣ୍ଟାଲ, ଉମରକୋଟ ୨୩୯୧କୁଇଣ୍ଟାଲ ବିହନ ସ୍ଥାନରେ ୧୮୪୭କୁଇଣ୍ଟାଲ, ଚନ୍ଦାହାଣ୍ଡି ୨୩୯୪କୁଇଣ୍ଟାଲ ବିହନ ସ୍ଥାନରେ ୨୩୯୨କୁଇଣ୍ଟାଲ, ରାଇଘର ୨୫୩୨କୁଇଣ୍ଟାଲ ବିହନ ସ୍ଥାନରେ ୧୧ହଜାର ୯୦୩କୁଇଣ୍ଟାଲ, ଝରିଗାଁ ୧୦୧୧କୁଇଣ୍ଟାଲ ବିହନ ସ୍ଥାନରେ ୧୮୮୦କୁଇଣ୍ଟାଲ ଏଭଳି ୧୭ହଜାର ୧୦୦କୁଇଣ୍ଟାଲ ବିହନ ଯୋଗାଇ ଦିଆସରିଛି ବୋଲି ଜିଲ୍ଲା କୃଷି ବିଭାଗରୁ ସୂଚନା ମିଳିଛି।

ତେବେ କୋଷାଗୁମୁତା, ତାବୁଗାଁ,ଉମରକୋଟ, ରାଇଘର ବ୍ଲକରେ ଧାର୍ଯ୍ୟ ଅନୁଯାୟୀ ବିହନ ଯୋଗାଯାଉ ନାହିଁ ବୋଲି କୃଷି ବିଭାଗରୁ ସୂଚନା ମିଳିଛି। ଚାଷୀମାନେ ପୂର୍ବରୁ କେଉଁ ବିହନରେ ବାଷ କରିବେ ସେ ସଂପର୍କରେ ସ୍ପଷ୍ଟ ଜଣାଉନଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। 

Farmers