ଅହମଦାବାଦ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ବୁଧବାର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଅତିଥି ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ ଜାରି ରଖିଛି। ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ଶୁଭମନ୍ ଗିଲ ଶତକ ହାସଲ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୪୩ ଓଭର ସୁଦ୍ଧା ୫ ୱିକେଟ୍ ବିନିମୟରେ ୩୦୨ ରନ୍ରେ ପହଞ୍ଚିଛି।
ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଶୁଭମନ୍ ଗିଲ ଭାରତ ପାଳି ଆରମ୍ଭ କରିବାକୁ ଆସିଥିଲେ। ରୋହିତ ଶର୍ମା ଆଉଟ୍ ହେଲା ପରେ ବିରାଟ କୋହଲିଙ୍କ ସହିତ ଏକ ଲୟରେ ଖେଳିଥିଲେ। ସେ ଗିଲ୍ ୯୫ଟି ବଲ୍ ଖେଳି ୧୪ଟି ଚୌକା ଓ ୨ ଛକା ବଳରେ ଶତକ ହାସଲ କରିଛନ୍ତି। ଏଠାରେ ସପ୍ତମ ଶତକ ହାସଲ କରିବା ପରେ ବ୍ୟାଟିଂ ଜାରି ରଖିଥିଲେ। ମୋଟ୍ ୧୦୨ଟି ବଲ୍ ଖେଳି ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍ ସଂଗ୍ରହ କରିଥିଲେ।
ଶୃଙ୍ଖଳାକୁ ଘରୋଇ ଦଳ ୨-୦ରେ ଆଗୁଆ ଜିତି ସାରିଥିବାରୁ ଏବେ ମୂଳପୋଛ ସହ ଦୃଢ଼ ମନୋବଳ ନେଇ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଲକ୍ଷ୍ୟ ରଖିଛି।
ଏହା ପୂର୍ବରୁ ବିରାଟ କୋହଲି ଅର୍ଦ୍ଧଶତକ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ୫୫ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍ କରିଥିଲେ। କଟକ ଦିନିକିଆରେ ଆକର୍ଷଣୀୟ ଶତକ ହାସଲ କରିଥିବା ଅଧିନାୟକ ରୋହିତ ଶର୍ମା ୨ଟି ବଲ୍ ସାମ୍ନା କରି ମାତ୍ର ୧ ରନ୍ରେ ସଂଗ୍ରହ କରିଥିଲେ। ସେ ମାର୍କ ଉଡ୍ଙ୍କ ବଲ୍ ଫିଲ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ହର୍ଷିତ ରାଣା, ଅର୍ଶଦୀପ ସିଂହ।
ଇଂଲଣ୍ଡ: ବେନ୍ ଡକେଟ୍, ଫିଲ୍ ସଲ୍ଟ, ଟମ୍ ବାଣ୍ଟନ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟ୍ଲର୍ (ଅଧିନାୟକ), ଲିଆମ ଲିଭିଂଷ୍ଟୋନ୍, ବ୍ରାଇଡନ୍ କାର୍ସ, ସକିବ ମହମୁଦ, ଆଦିଲ ରସିଦ, ମାର୍କ ଉଡ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/12/Go3XXsJHVOo8yyGDOgmM.jpg)