ଭଦ୍ରକ: ଗ୍ରାମାଞ୍ଚଳ ଥାନାର ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ। ଯୁବକଙ୍କୁ ନକଲି ପୁଲିସ କରି ଏକ ମାମଲାର ତଦନ୍ତ କରିବାକୁ ପଠାଇବା ମାମଲାରେ ଭଦ୍ରକ ଏସପି କାର୍ତ୍ତିକ ଜେନାଙ୍କୁ ନିଲମ୍ବିତ କରିଛନ୍ତି। ନକଲି ପୁଲିସ ଅଧିକାରୀ ଭାବରେ ଗାଁକୁ ଯାଇଥିବା ଯୁବକ ପୀୟୂଷ ପଣ୍ଡା ବି ଗିରଫ ହୋଇଛନ୍ତି।

Advertisment

ଗ୍ରାମାଞ୍ଚଳ ଥାନାର ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ। ଯୁବକଙ୍କୁ ନକଲି ପୁଲିସ କରି ଏକ ମାମଲାର ତଦନ୍ତ କରିବାକୁ ପଠାଇବା ମାମଲାରେ ଭଦ୍ରକ ଏସପି କାର୍ତ୍ତିକ ଜେନାଙ୍କୁ ନିଲମ୍ବିତ କରିଛନ୍ତି। ନକଲି ପୁଲିସ ଅଧିକାରୀ ଭାବରେ ଗାଁକୁ ଯାଇଥିବା ଯୁବକ ପୀୟୂଷ ପଣ୍ଡା ବି ଗିରଫ ହୋଇଛନ୍ତି।ତାଙ୍କୁ ଆଜି ଆଜି କୋର୍ଟ ଚାଲାଣ କରାଯିବ।

Untitled

ଭଦ୍ରକର ଜଣେ  ଅସଲି ପୁଲିସଙ୍କ ନିର୍ଦେଶରେ  ଏକ ମାମଲାର ତଦନ୍ତ ପାଇଁ ଗାଁକୁ ଯାଇ ହଟହଟା ହୋଇଛନ୍ତି ନକଲି ପୁଲିସ। ସୂଚନାରୁ ପ୍ରକାଶ ଯେ,  ନକଲି ପୁଲିସ ହୋଇ ତଦନ୍ତ କରିବାକୁ ଯାଇଥିବା  ଯୁବକ ଧାମନଗର ବ୍ଲକ ଧୁସୁରୀ ଅଞ୍ଚଳର ପୀୟୂଷ ପଣ୍ଡାଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନାର  ସବଇନିପେକ୍ଟର କାର୍ତିକ ଜେନା ତଦନ୍ତକାରୀ ଅଧିକାରୀ ଭାବରେ ଏକ ମାମଲାର  ତଦନ୍ତ ପାଇଁ ପଠାଇଥିଲେ। ନକଲି ପୁଲିସ ହୋଇ ଯାଇଥିବା ଯୁବକ ହେଉଛନ୍ତି  ଧୂଷୁରୀ ଅଂଚଳର ପୀୟୂଷ ପଣ୍ଡା। ପୀୟୂଷ ତଦନ୍ତ ପାଇଁ  ଭଦ୍ରକ କଲେଇ ପଞ୍ଚାୟତର ରସିକାବାଗ ଗ୍ରାମକୁ ଯାଇଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ପୁଲିସ ବାବୁ ବୋଲି ସନ୍ଧେହ କରିବା ସହ ତାଙ୍କୁ ପ୍ରକୃତରେ ପୁଲିସ ବାବୁ କି  ନୁହେଁ ପଚାରି ଥିଲେ। ପୀୟୂଷ ପୁଲିସ ଷ୍ଟାପ ନହୋଇ କିପରି  ଜଣେ ସାଧାରଣ ଲୋକ ହୋଇ ତଦନ୍ତ ପାଇଁ ଯାଇଥିଲେ ବୋଲି ଗ୍ରାମବାସୀମାନେ ତାଙ୍କୁ  ପୁଲିସ କି ବୋଲି ପ୍ରଶ୍ନ କରିଥିଲେ। ପରେ ଗ୍ରାମବାସୀମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନକୁ ଫୋନ କରି ପୀୟୂଷଙ୍କ ବିଷୟରେ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ପୁଲିସ ସେହି ଗ୍ରାମକୁ ଯାଇ ତାଙ୍କୁ ସେଠାରୁ ଆଣି ଭଦ୍ରକ ଗ୍ରାମାଞ୍ଚଳ ଥାନାର ଅଟକ ରଖି ପଚରାଉଚରା ଜାରି ରଖିଥିବା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ କହିଛନ୍ତି। ତେବେ ଏହି ଘଟଣାରେ ଆଜି ଭଦ୍ରକ ଏସପି ମନୋଜ ରାଉତ ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ନିଲମ୍ବିତ କରିଥିବା ବେଳେ ନକଲି ପୁଲିସ ହୋଇଥିବା ଯୁବକ ପୀୟୂଷ ପଣ୍ଡାଙ୍କ ନାମରେ ମାମଲା ରୁଜୁ କରିଛି। ଘଟଣା ସ୍ଥଳରୁ ଗାଁର ଲୋକମାନେ ପୀୟୂଷ ପଣ୍ଡାଙ୍କୁ ଧରି ପୁଲିସ ଜିମା ଦେଇଥିଲେ।