ବାଉଁଶୁଣୀ: ବୌଦ୍ଧ ବ୍ଲକ ବାଉଁଶୁଣୀ ଜାତୀୟ ଦିବସ ପାଳନ କମିଟି ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ୭୯ତମ ସ୍ବାଧୀନତା ଦିବସ ଓ ଏହାର ରୌପ୍ୟ ଜୟନ୍ତୀ ସମାରୋହ ଶୁକ୍ରବାର ପାଳିତ ହୋଇଛି। କମିଟି ସଭାପତି ଦଶରଥ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଳିତ ପରେଡ ମହୋତ୍ସବରେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ କବିତା ମାଧ୍ୟମରେ ଭାରତମାତାର ଜୟଗାନ କରିବା ସହ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପଦ୍ମଶ୍ରୀ ଶ୍ରୀନାଗ ଆହ୍ୱାନ ଦେଇଥିଲେ। ଭିଜିଲାନ୍ସ ବିଭାଗର ଅଵସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୂପଧର ନାଏକ, ଡା. ରାଜେଶ ତ୍ରିପାଠୀ, ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆବାହକ ରାଜେନ୍ଦ୍ର ମେହେର ମଞ୍ଚାସୀନ ଥିବା ବେଳେ ଗୋକୁଳାନନ୍ଦ ଚାନ୍ଦ ମଞ୍ଚ ପରିଚାଳନା କରିଥିଲେ। ସଂଯୋଜକ ପ୍ରବୀଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ପରେଡ଼ରେ ବାଉଁଶୁଣୀ ଜୁନିୟର ଓ ଡିଗ୍ରି କଲେଜ ସହିତ ମୋଟ ୭ଟି ଦଳ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ଅପରାହ୍ନରେ ୪ଟି ଦଳକୁ ନେଇ ଏକ ଫୁଟବଲ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ଯୋନ ୪ର ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚ ବାଉଁଶୁଣୀ ଓ ମନୁପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନୁପାଲି ଦଳ ବିଜୟୀ ହୋଇ ଚମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲେ। ପ୍ରହଲ୍ଲାଦ ଭୁକ୍ତା ଖେଳ ପରିଚାଳନା କରିଥିବା ବେଳେ, ଲାଇନରେ ରଞ୍ଜନ ପଟ୍ଟନାୟକ, ଖାନାପୁରୀ ମେହେର ସହଯୋଗ କରିଥିଲେ।
#ସ୍ବାଧୀନତା_ଦିବସରେ_ଫୁଟବଲ_ମ୍ୟାଚ୍_ଆୟୋଜନ
— Sambad (ସମ୍ବାଦ) (@sambad_odisha) August 15, 2025
-ବୌଦ୍ଧ ଜିଲ୍ଳା ବାଉଁଶୁଣୀରେ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ
-ଉଦ୍ଯାପନୀ ସମାରୋହରେ ଯୋଗଦେଲେ କଣ୍ଟାମାଳ ବିଧାୟକ
-ଖେଳାଳିମାନଙ୍କୁ କଲେ ଉତ୍ସାହିତ, ବିଜୟୀଙ୍କୁ କଲେ ପୁରସ୍କୃତ#Sambad#Football#Boudhpic.twitter.com/pQEDCQtApi
ଉଦଯାପନୀ ଉତ୍ସବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଓ ଭିଜିଲାନ୍ସ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରୂପଧର ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/15/haldhar-nag-2025-08-15-22-21-34.jpg)