ବିନିକା: ଜଣେ ଅଭିଯୋଗକାରୀଙ୍କ ଠାରୁ ଜମିଜମା ସମସ୍ୟାର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଇ) ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀl
ସୂଚନା ଅନୁସାରେ ସୂର୍ଯ୍ୟ କୁମାର ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାରିରେ ପରିଣତ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ। ତେବେ ସିନ୍ଦୂରପୁର ଏଆରଆଇ ବିବେକାନନ୍ଦ ତ୍ରିପାଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏଆରଆଇ ତଦନ୍ତ ରିପୋର୍ଟ ଦେବା ପାଇଁ ସୂର୍ଯ୍ୟ କୁମାରଙ୍କୁ ୬୦ହଜାର ଟଙ୍କା ଦାବି କରିଥିଲେ।
ଏଆରଆଇଙ୍କ ଦ୍ବାରା ଲାଞ୍ଚ ଦାବି କରାଯାଇଥିବା ନେଇ ସୂର୍ଯ୍ୟ କୁମାର୍ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେl ଯୋଜନା ଅନୁସାରେ ସୂର୍ଯ୍ୟ କୁମାର୍ ଆଜି ରାସାୟନିକ ପ୍ରଲୋପ ଦିଆ ଯାଇଥିବା ୨୦ହଜାର ଟଙ୍କା ପ୍ରଥମ କିସ୍ତି ବାବଦରେ ଦେବା ପାଇ ସିନ୍ଦୂରପୂର ଆରଆଇ କାର୍ଯ୍ୟାଳୟକୁ ଯାଇଥିଲେ। ଏଆରଆଇ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ ମାଡିବସିଥିଲେl ସେଠାରୁ ରାସାୟନିକ ପ୍ରାଲୋପ ଦିଆଯାଇଥିବା ଟଙ୍କା ଜବତ ସହ ଏଆରଆଇଙ୍କୁ ଗିରଫ କରିଥିଲେ।
ଏହି ଚଢାଉରେ ସୋନପୁର ଭିଜିଲାନ୍ସ ଡିଏସପି ରୀତାଞ୍ଜଳି ପଧାନ, ଇନ୍ସପେକ୍ଟର ହୃଦାନନ୍ଦ କାଲୋ, ସମ୍ବଲପୁର ଭିଜିଲାନ୍ସର ଇନ୍ସପେକ୍ଟର ଦିଲ୍ଲୀପ ପଧାନ ସାମିଲ ହୋଇଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/23/zpPFlwREZMmp1luk3Ka2.jpeg)