-ଉଭୟ ଅପ୍ରାପ୍ତ ବୟସ୍କ

ରାଉରକେଲା: ଭାଇ-ଭଉଣୀ ସମ୍ପର୍କରେ କଳଙ୍କର ଦାଗ ଲାଗିଛି। ରାଖୀ ଏଠି ମୂଲ୍ୟହୀନ ହୋଇଯାଇଛି। ଅପ୍ରାପ୍ତ ବୟସ୍କର ଭାଇ-ଭଉଣୀ ଅନୈତିକ କାମ କରିଛନ୍ତି। ଭାଇ ଭଡ଼ ହୋଇଥିଲେ ମଧ୍ୟ ସାନଭଉଣୀକୁ ଦୁଷ୍କର୍ମ କରି ଗର୍ଭବତୀ। ଏଭଳି ଘଟଣା କେବଳ ଚର୍ଚ୍ଚା ସୃଷ୍ଟି କରିନାହିଁ, ବୁଦ୍ଧିଜୀବୀଙ୍କ ଚିନ୍ତା ବଢ଼ାଇଛି। ଇସ୍ପାତ୍‌ ସହର ରାଉରକେଲାରେ ଯୁବପିଢ଼ି ପଥଭ୍ରଷ୍ଟ ହେବାର ଗୋଟିଏ ପରେ ଗୋଟିଏ ଉଦାହରଣ ଏହାର ଅନୁଶୀଳନ ଓ ଚିନ୍ତନ ପାଇଁ ସଚେତନବର୍ଗଙ୍କୁ ବାଧ୍ୟ କରୁଛି। ଏହି ମାମଲାଟି ଉଦିତନଗର ଥାନାରେ ରୁଜୁ ହୋଇଛି। 

Advertisment

ଏହି ଖବର ପଢ଼ନ୍ତୁ: ବଡ଼ ଭଉଣୀର ବାହାଘର ଚାଲିଥିବା ବେଳେ ସାନଭଉଣୀକୁ ଦୁଷ୍କର୍ମ

ସୂଚନାନୁଯାୟୀ, ଭଉଣୀ (୧୩) ଓ ଭାଇ (୧୬) ଏକାଠି ବାପାମା’ଙ୍କ ସହ ଘରେ ରହନ୍ତି। ସେମାନଙ୍କ ବାପା-ମାଆ ଦୁହେଁ ଦିନ ମଜୁରିଆ ଭାବେ କାମ କରନ୍ତି। ଗତ ୬ ମାସ ତଳେ ଘରେ କେହି ନଥିବାର ସୁଯୋଗ ନେଇ ନାବାଳକ ଭାଇ ଭଉଣୀ ସହ ଦୁଷ୍କର୍ମ କରିଥିଲା। ଘରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଉଭଣୀ ଭୟଭୀତ ହୋଇ କାହା ଆଗରେ ମୁହଁ ଖୋଲି ନଥିଲେ।

କିଛିଦିନ ପୂବରୁ ପେଟରେ ଯନ୍ତ୍ରଣା ହେବାରୁ ନାବାଳିକା ନିଜ ମା’ଙ୍କ ସହ ରାଉରକେଲା ସରକାରୀ ହସ୍ପିଟାଲକୁ ଯାଇଥିଲେ। ​ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରି ଝିଅଟି ୬ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଘଟଣା ସମ୍ପର୍କରେ ମା’ ପଚାରିବାରୁ ନାବାଳିକା ସେଦିନର ଘଟଣା ବିଷୟ​ରେ ମା’ଙ୍କୁ ସବୁ କହିଥିଲେ।

ତେବେ କିଛିଦିନ ପୂବରୁ ପେଟରେ ଯନ୍ତ୍ରଣା ହେବାରୁ ନାବାଳିକା ନିଜ ମା’ଙ୍କ ସହ ରାଉରକେଲା ସରକାରୀ ହସ୍ପିଟାଲକୁ ଯାଇଥିଲେ। ​ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରି ଝିଅଟି ୬ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଘଟଣା ସମ୍ପର୍କରେ ମା’ ପଚାରିବାରୁ ନାବାଳିକା ସେଦିନର ଘଟଣା ବିଷୟ​ରେ ମା’ଙ୍କୁ ସବୁ କହିଥିଲେ। ଏନେଇ ମାଆ ଶନିବାର ଉଦିତନଗର ଥାନାରେ ନିଜ ନାବାଳକ ପୁଅ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଜାରି ରଖିଛି।

ଏହି ଖବର ପଢ଼ନ୍ତୁ: ଅଶ୍ଳୀଳ ଭିଡିଓ ଦେଖିବା ପରେ ଭଉଣୀକୁ ଦୁଷ୍କର୍ମ ଓ ହତ୍ୟା