ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ମାମଲାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି)। ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ୍ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଜିରୋ ନୁହଁ, ଖଣିଜ ଲୁଟ୍ ଦସ୍ତାବିଜ ଘାଣ୍ଟିବା ଆରମ୍ଭ କରିଛି ଭିଜିଲାନ୍ସ ।
ସୁନ୍ଦରଗଡ଼ ଜିଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସ ଟିମ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ଦେଇଥିବା ରିପୋର୍ଟ , ସୁନ୍ଦରଗଡ଼ ଏସପିଙ୍କ କନଫିଡେନସିଆଲ ରିପୋର୍ଟ , ବନବିଭାଗର ରିପୋର୍ଟ ସହ ଖଣି ଚୋରି ଜଙ୍ଗଲ ଜମି ଗୁଡିକ କେଉଁ କେଉଁ କମ୍ପାନୀଙ୍କୁ ଆବଣ୍ଟିତ କରାଯାଇଥିଲା ତାହାର ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ । ଆଜି ଠାରୁ କଟକ ଅଫିସରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସରିଲା ପରେ ଗ୍ରାଉଣ୍ଡ ଜିରୋ ରେ ଘାଣ୍ଟିବ ଏସଆଇଟି। ସମସ୍ତ ରିପୋର୍ଟକୁ ଟିମର ୮ ଜଣ ସଦସ୍ୟ ଯାଞ୍ଚ କରୁଛନ୍ତି।
ସୁନ୍ଦରଗଡ଼ ଜିଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସ ଟିମ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ଦେଇଥିବା ରିପୋର୍ଟ , ସୁନ୍ଦରଗଡ଼ ଏସପିଙ୍କ କନଫିଡେନସିଆଲ ରିପୋର୍ଟ , ବନବିଭାଗର ରିପୋର୍ଟ ସହ ଖଣି ଚୋରି ଜଙ୍ଗଲ ଜମି ଗୁଡିକ କେଉଁ କେଉଁ କମ୍ପାନୀଙ୍କୁ ଆବଣ୍ଟିତ କରାଯାଇଥିଲା ତାହାର ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ । ଆଜିଠାରୁ କଟକ ଅଫିସରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସରିଲା ପରେ ଗ୍ରାଉଣ୍ଡ ଜିରୋ ରେ ଘାଣ୍ଟିବ ଏସଆଇଟି। ସମସ୍ତ ରିପୋର୍ଟକୁ ଟିମର ୮ ଜଣ ସଦସ୍ୟ ଯାଞ୍ଚ କରୁଛନ୍ତି।
ଦୀର୍ଘ ୨୦ ବର୍ଷ ହେଲା ଚାଲିଆସୁଥିଲା ଖଣି ଚୋରି। ଏଥିରେ କେଉଁ କେଉଁ ସରକାରୀ ଅଧିକାରୀ , ନେତା ଓ ମାଫିଆ ସାମିଲ ଅଛନ୍ତି ତାର ଚିଠା ମଧ୍ୟ ପ୍ରସ୍ତୁତ କରୁଛି ଭିଜିଲାନ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/10/VdPEWazqnHeVAbwVsdo0.jpg)