ମାଲକାନଗିରି: ଗତକାଲି ଏମଭି-୨୬ ଗାଁରେ ଗୋଟିଏ ଗୋଷ୍ଠୀ ଘର ଭାଙ୍ଗିବା ସହ ଘରକୁ ନିଆଁ ଲଗାଇ ଜାଳିଦେଇଛନ୍ତି। ଏମଭି-୨୬ ଗ୍ରାମରେ ପୁଲିସ ଛାଉଣୀ। ଗାଁ ଛାଡି ଲୋକେ ଅନ୍ୟତ୍ର ଚାଲିଗଲେ।ପୁଲିସ ପହଂଚି ସ୍ଥିତି ନିୟନ୍ତ୍ରଣାଧୀନ କରିଥିବା ବେଳେ ଆଜି ପୁଣି ବଢିଛି ଉତ୍ତେଜନା। ଗୋଟିଏ ଗୋଷ୍ଠୀର ଲୋକ ରାଖେଲଗୁଡା ନଦୀ କୂଳରେ ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ଏକତ୍ରିତ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ମାଲକାନଗିରି ସଦର ମହକୁମାରେ ଏକତ୍ରିତ ହୋଇଛନ୍ତି।
ଏଣେ ଆଉ ଏକ ଗୋଷ୍ଠୀ ଏମଭି-୧୮ ଗାଁ ଉପରେ ଚଢ଼ାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପହଂଚି ସେମାନଙ୍କୁ ଅଟକାଇଥିବା ଜଣାପଡିଛି। ଜିଲ୍ଲାରେ ଉତ୍ତେଜନା ବଢୁଛି। ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଗୋଷ୍ଠୀଙ୍କୁ ଡକାଯାଉଛି। ଏସପି ବିନୋଦ ପାଟିଲ ଏବଂ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।
ମାଲକାନଗିରିଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ମାରିଵାଡା ପଞ୍ଚାୟତର ଏମଭି-୨୬ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଆଦିବାସୀ ଲୋକେ ଗାଁରେ ପଶି ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଦୋକାନ ଲୁଟିବା ସହ ଅଟୋ,ମଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦେଖଣାହାରି ହୋଇଥିଲା। ଏତେ ଲୋକଙ୍କୁ ଅଟକାଇବାରେ ଅସଫଳ ହୋଇଥିଲା ପୁଲିସ।
ଆହୁରି ପଢ଼ନ୍ତୁ: Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!
ଘଟଣା ଅନୁଯାୟୀ କୋରକୋଣ୍ଡା ବ୍ଲକର ରାଖାଲଗୁଡା ଗ୍ରାମର ମହିଳା ଲାକେ ପଡିଆମିଙ୍କ ମୁଣ୍ଡ ବିହୀନ ଶବ ଗତ ୪ ତାରିଖ ଦିନ ଡୁଡାମେଟଲା ନଦୀ କୂଳରେ ମିଳିଥିଲା। ଏହା ପରେ ଗ୍ରାମବାସୀ ଏବଂ ଆଦିବାସୀ ମହାସଂଘ ପକ୍ଷରୁ ପୁଲିସକୁ ତୁରନ୍ତ ମୁଣ୍ଡ ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରାଯାଉଥିଲା। ଶନିବାର ମଧ୍ୟ ଶତାଧିକ ଆଦିବାସୀ ରାଖାଲଗୁଡା ଗ୍ରାମରେ ଏକତ୍ର ହୋଇ ମେଳି କରି ପୁଲିସୁ ଚେତାବନୀ ଦେଇଥିଲେ। ଏହା ପରେ ଆଜି ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ଏକତ୍ର ହୋଇ ଏମଭି-୨୬ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଏକ ବୈଠକ କରିଥିଲେ। ସମସ୍ତ ଆଦିବାସୀ ହାତରେ ପାରଂପରିକ ଆସ୍ତ୍ରଶସ୍ତ୍ର ଧରିଥିଲେ।
ଆହୁରି ପଢ଼ନ୍ତୁ:College Girl Death ଜୀବନ ଯୁଦ୍ଧରେ ହାରିଗଲେ କଲେଜ ଛାତ୍ରୀ, ଏମ୍ସକୁ ଏୟାର ଲିଫ୍ଟ ପାଇଁ ଥିଲା ଯୋଜନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/08/untitled-3-2025-12-08-13-46-32.jpg)