ଭୁବନେଶ୍ବର: ଦୁଇଟି ସଡ଼କ ଦୁର୍ଘଟଣାରେ ଆଜି ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ରଥଯାତ୍ରା ଦେଖି ଯିବା ବେଳେ ୪ଜଣ ଯୁବତୀ ଓ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଓ ଦ୍ବିତୀୟ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା କୋମନା ଥାନା ପଲସିପାଣିରେ ଘଟିଛି। ମୃତକମାନଙ୍କ ମଧ୍ୟରେ ରିମିଝିମି ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ, କାଜଲ ଦାସ, ଲଳିତ ସବର (୪୦), ଡିଲେଶ୍ବରୀ ସବର (୭), ସୁନାଫୁଲ ସବର (୨୫) କ୍ଷୀର ରାୱଲ।
ଭୁବନେଶ୍ବର-କଟକ କମିସନରେଟ ପୁଲିସ ଅଧୀନ ଲିଙ୍ଗରାଜ ଥାନା ଅନ୍ତର୍ଗତ ବାରିକସାହିର ରିମ୍ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରି ଥିଲେ।। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଆଗକୁ ବଢୁଥିଲେ। ପିପିଲି ଥାନା ତରାକାଜ ନିକଟରେ ସାମ୍ନାରୁ ଆସୁଥିବା ଏକ ଗାଡ଼ି ତିନି ଯୁବତୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେମାନେ ତଳେ ପଡ଼ି ଯାଇଥିଲେ। ଦୁର୍ଘଟଣାର ଶିକାର ହୋଇ ଉଠିବା ପୂର୍ବରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ଦ୍ବାରା ପରିଚାଳିତ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ସେମାନଙ୍କର ଉପରେ ଚଢ଼ି ଯାଇଥିଲା। ଯୁବତୀମାନେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ବେଳେ ବସ୍ଟି ଫେରାର ମାରିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୩ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି (ଓଡି ୦୨ ବିକ୍ୟୁ ୭୩୬୭) ଜବତ କରିଛି। ପିପିଲି ଟୋଲ୍ ଗେଟ୍କୁ ଯାଇ ପୁଲିସ ବସ୍କୁ ଚିହ୍ନଟ କରିବା ପାଇଁ ଛାନଭିନ ଜାରି ରଖିଛି।
ରିମ୍ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରି ଥିଲେ।। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଆଗକୁ ବଢୁଥିଲେ।
ଦ୍ବିତୀୟ ଦୁର୍ଘଟଣା ଛତିଶଗଡ଼ର ରାୟପୁର-ଗଂଜାମ ଜିଲ୍ଲା ଗୋପାଳପୁର ୩୫୩ ଜାତୀୟ ରାଜପଥର କୋମନା ଥାନା ଅନ୍ତର୍ଗତ ପଲସିପାଣି ଗାଁ ଠାରୁ ଅଳ୍ପ ଦୂରରେ ଘଟିଥିଲା। ଲଳିତ ସବର ନଜ ଝିଅ ଡିଲେଶ୍ବରୀ ସବର (୭) ଓ ସୁନାଫୁଲ ସବରଙ୍କ ସହିତ ନିକଟ ଗାଁ ବାଞ୍ଜିବାହାଲକୁ ରଥଯାତ୍ରା ଦେଖିବା ପାଇଁ ସନ୍ଧ୍ୟା ପ୍ରାୟ ୫ଟାରେ ବାହାରିଥିଲେ। କିନ୍ତୁ ଦୁଃଖର କଥା ହେଲା ଯେ, ଘର ଠାରୁ ଅଳ୍ପ ଦୂର ଯିବା ପରେ ବାପା-ଝିଅ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ। ସାମ୍ନା ପାର୍ଶ୍ବରୁ ଆସୁଥିବା ଏକ ବାଇକ ସହିତ ସେମାନଙ୍କର ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଚତୁର୍ଥ ମୃତ ବ୍ୟକ୍ତି ହେଲେ ପାଇକମାଲ ଥାନା ଚୁହାପାଲି ଗାଁର କ୍ଷୀର ରାୱଲ। ସେ ଅନ୍ୟ ଏକ ବାଇକ୍ର ଯାତ୍ରୀ ଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Accident | puri | Nuapada