ରିଆମାଳ(ମନୋଜ କୁମାର ବେହେରା ): ଦେବଗଡ଼ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗରିଆପାଲି ଗ୍ରାମ ଜଙ୍ଗଲ ତାରିଣୀ ମନ୍ଦିର ନିକଟରେ ମୃତ ଦନ୍ତାହାତୀର ଶବ ଉଦ୍ଧାର ଘଟଣାରେ ବନବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଡି.ଏଫ୍.ଓ ମଗର ଧାନାଜୀ ରାଓସୋଙ୍କ ନିର୍ଦ୍ଦେଶରେ ୫ଟି ଟିମ୍ ହୋଇ ଏହାର ତଦନ୍ତ ଭାର ସମ୍ଭାଳି ଥିଲେ। ଉକ୍ତ ଟିମ୍ ରେଞ୍ଜର ନିରଞ୍ଜନ ଧରୁଆଙ୍କ ନେତୃତ୍ୱରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଏହି ମାମଲାରେ ଜଡ଼ିତ ୬ ଜଣ ଜନ୍ତୁ ଶିକାରୀକୁ ଗିରଫ କରିବା ସହ ବିଦ୍ୟୁତ ତାର, ବୋତଲ, କାଠି ଜବତ କରାଯାଇଥିଲା।
ଗିରଫ ୬ ଶିକାରୀ ହେଲେ ବୁଢାପାଳ ଗ୍ରାମର ପାଣ୍ଡବ ମାହାର, ସୁରଙ୍ଗିପାଳ ଗ୍ରାମର ନବୀନ ମାହାର, ଦେଓଝରଣ ଗ୍ରାମର ସୁନି ମାହାର, ତିଳେଇପଶି ଗ୍ରାମର ଗଦାଧର ମାହାର, ସୁରଙ୍ଗିପାଳ ଗ୍ରାମର ସୁଶାନ୍ତ ମାହାର ଓ ବୁଢ଼ାପାଳ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ।ବାର୍ହା ଶିକାର ପାଇଁ ଉକ୍ତ ଅଭିଯୁକ୍ତମାନେ ଜଙ୍ଗଲରେ ତାର ବିଛାଇ ଥିବା ବେଳେ ଦନ୍ତାହାତୀଟି ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି। ଗତ ମଙ୍ଗଳବାର ଦିନ ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରେ ମୃତ ଦନ୍ତାହାତୀର ଶବକୁ ବନବିଭାଗ ଉଦ୍ଧାର କରିଥିଲା।ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ବନବିଭାଗ ତଦନ୍ତ ଚଳାଇ ଥିଲା। ପରବର୍ତ୍ତୀ ସମୟରେ ଏସିଏଫ଼ ଅରୁଣ କୁମାର ବେହେରା ପହଞ୍ଚି ଏହାର ଅଧିକ ତଦନ୍ତ କରିଥିବା ବେଳେ ଉକ୍ତ ୬ ଜଣ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବାରୁ କୋର୍ଟଚାଲାଣ କରିଥିଲେ।ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ମୃତ ଦନ୍ତାହାତୀର ପାଟିରେ କ୍ଷତ ସ୍ଥାନ ଥିବା ବେଳେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ତଦନ୍ତ ଚାଲିଛି।
ଗିରଫ ୬ ଶିକାରୀ ହେଲେ ବୁଢାପାଳ ଗ୍ରାମର ପାଣ୍ଡବ ମାହାର, ସୁରଙ୍ଗିପାଳ ଗ୍ରାମର ନବୀନ ମାହାର, ଦେଓଝରଣ ଗ୍ରାମର ସୁନି ମାହାର, ତିଳେଇପଶି ଗ୍ରାମର ଗଦାଧର ମାହାର, ସୁରଙ୍ଗିପାଳ ଗ୍ରାମର ସୁଶାନ୍ତ ମାହାର ଓ ବୁଢ଼ାପାଳ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ।ବାର୍ହା ଶିକାର ପାଇଁ ଉକ୍ତ ଅଭିଯୁକ୍ତମାନେ ଜଙ୍ଗଲରେ ତାର ବିଛାଇ ଥିବା ବେଳେ ଦନ୍ତାହାତୀଟି ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି।
ଗତ ମଙ୍ଗଳବାର ଦିନ ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରେ ମୃତ ଦନ୍ତାହାତୀର ଶବକୁ ବନବିଭାଗ ଉଦ୍ଧାର କରିଥିଲା।ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ବନବିଭାଗ ତଦନ୍ତ ଚଳାଇ ଥିଲା। ପରବର୍ତ୍ତୀ ସମୟରେ ଏସିଏଫ଼ ଅରୁଣ କୁମାର ବେହେରା ପହଞ୍ଚି ଏହାର ଅଧିକ ତଦନ୍ତ କରିଥିବା ବେଳେ ଉକ୍ତ ୬ ଜଣ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବାରୁ କୋର୍ଟଚାଲାଣ କରିଥିଲେ।ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ମୃତ ଦନ୍ତାହାତୀର ପାଟିରେ କ୍ଷତ ସ୍ଥାନ ଥିବା ବେଳେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/21/4ebPpbizB7Z0p3Knrv3C.jpg)