ମାଲକାନଗିରି: ସୁରକ୍ଷାବାହିନୀର ଯବାନଙ୍କୁ ପୁଣି ଥରେ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିମାଡ଼ରେ ୬ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଆଜି ଦିନ ଦ୍ବିପହରରେ ଏହି ବଡ଼ଧରଣର ଗୁଳିବିନିମୟ ଘଟିଛି। ଗତ ଦୁଇ ଦିନ ହେଲା ଯବାନ ଆବୁଝମାଡ଼ ଜଂଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଆବୁଝମାଡ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ସୂଚନା ପାଇଥିଲା।
ଆଜି ଦ୍ବିପହରରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଅପରପକ୍ଷେ ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରିବା ସହ ଏକେ-୪୭, ଏସଏଲଆର ଭଳି ବନ୍ଧୁକ ଜବତ କରିଥିବା ଜଣାପଡିଛି।
ରିପୋର୍ଟ ଲେଖାଯିବା ବେଳକୁ ଜଂଗଲରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ଜାରି ଥିବା ବେଳେ ଯବାନମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ହିଁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସ୍ପି ରବିନସନ ଗୁଡ଼ିଆ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ମାଓବାଦୀଙ୍କ ପାଇଁ କଡ଼ା ପଦକ୍ଷେପ ନେଉଥିବା ବେଳେ ଧୀରେଧୀରେ କ୍ୟାଡର ମାଓବାଦୀମାନେ ନିରଜ ମାନସିକତାରେ ପରିବର୍ତ୍ତନ ଆଣୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ଆକର୍ଷିତ ହୋଇ ମାଓ ସଂଗଠନର ସଦସ୍ୟମାନେ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମେରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୁଲିସ ନିକଟରେ ଦୁର୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ୪୫ ବର୍ଷ ଧରି ସଂଗଠନରେ କାର୍ଯ୍ୟ କରିବା ପରେ ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚିନ୍ତା କରିଛନ୍ତି। ଏମାନେ ହେଲେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ତଥା ରାଜ୍ୟ କମିଟି ସଦସ୍ୟ ମାଲା ସଂଜୀବ ଅରଫ ଲେଙ୍ଗୁ ଦାଦା(୬୨) ଏବଂ ତାଂକ ପତ୍ନୀ ଷ୍ଟେଟ କମିଟି ମେମ୍ବର ପେରାଗୁଡା ପାର୍ବତୀ ଅରଫ ଦୀନା(୫୦)।
maoists