ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ୍  ଇଓଡବ୍ଳୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତମାନେ ୧୬ କୋଟି ୭୧ ଲକ୍ଷ୍ ଟଙ୍କା ଋଣ ନେଇଥିଲେ। ସେମାନେ ଭୁବନେଶ୍ୱରରେ ମିଛ ଅଫିସ କରି ଠକି ନେଇଥିଲେ। ଏସ୍‌ବିଆଇର ପଟିଆ, ରଘୁନାଥପୁର, ଝାରପଡ଼ା, ଜୟଦେବ ବିହାର ଶାଖାରୁ ଠକିଥିଲେ।  

Advertisment

ଅଭିଯୁକ୍ତମାନେ ପଟିଆ ଡିିଏଲ୍ଏଫ୍‌ରେ ଘର ଭଡ଼ା ନେଇ ଫୋନ ପେ ଅଫିସ୍ କରି ନିଜର କର୍ମଚାରୀ କହି ବ୍ୟାଙ୍କକୁ ଚୁନା ଲଗାଇଛନ୍ତି। ବ୍ୟାଙ୍କ୍  ତଦନ୍ତ  କରିବା ପାଇଁ  ଯିବା ସମୟରେ ନିଜର ଫେକ ମେଲ, ଠିକଣା, ସାଲାରି ସ୍ଲିପ ପ୍ରସ୍ତୁତ କରିଥିଲେ, ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ ଦେଇଥିଲେ।

ଇଓଡବ୍ଲୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି, ଅଭିଯୁକ୍ତମାନେ ପଟିଆ ଡିିଏଲ୍ଏଫ୍‌ରେ ଘର ଭଡ଼ା ନେଇ ଫୋନ ପେ ଅଫିସ୍ କରି ନିଜର କର୍ମଚାରୀ କହି ବ୍ୟାଙ୍କକୁ ଚୁନା ଲଗାଇଛନ୍ତି। ବ୍ୟାଙ୍କ୍  ତଦନ୍ତ  କରିବା ପାଇଁ  ଯିବା ସମୟରେ ନିଜର ଫେକ ମେଲ, ଠିକଣା, ସାଲାରି ସ୍ଲିପ ପ୍ରସ୍ତୁତ କରିଥିଲେ, ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ ଦେଇଥିଲେ। ଲୋନ ନେବା ପରେ କେହି ନ ସୁଝିବାରୁ ଇଓଡବ୍ଲୁରେ ଅଭିଯୋଗ କରିଥଲେ ବ୍ୟାଙ୍କ କର୍ମଚାରୀ। ୧୬୧ ଜଣଙ୍କୁ ଫୋନ୍ ପେ’  କର୍ମଚାରୀଙ୍କ ଦେଖେଇ ଠକେଇ କରିଥିଲେ। ଲୋକଙ୍କୁ ଏସ୍‌ବିଆଇରେ ଲୋନ କରିଦେବ ପରେ ୩୫ ପ୍ରତିଶତ ନେଇଥିଲା ଠକ। ପୁଲିସ ୬ ଜଣଙ୍କୁ ଗିରଫ ପରେ ଏହି ଠକେଇରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖାଜୁଛି।