ବେଙ୍ଗାଲୁରୁ: ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଏସ ଏମ୍ କ୍ରୀଷ୍ଣାଙ୍କର ମଙ୍ଗଳବାର ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।
ଏସ ଏମ୍ କ୍ରୀଷ୍ଣା ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲିରେ ପରିଣତ କରିବାର ଶ୍ରେୟ ତାଙ୍କୁ ମିଳିଥିଲା। ୨୦୦୪ରୁ ୨୦୦୮ ଯାଏ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ। ୨୦୨୩ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
ପାରିବାରିକ ସୂତ୍ରରୁ ପ୍ରକାଶ ଯେ,୯୨ ବର୍ଷ ବୟସ୍କା ବରିଷ୍ଠ ରାଜନେତା ଏସ ଏମ୍ କ୍ରୀଷ୍ଣା ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ସକାଳ ୨ଟା ୪୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ମୃତଦେହକୁ ତାଙ୍କ ପୈତୃକ ଗାଁ ମଦଦୁରକୁ ନିଆଯିବାର ସମ୍ଭାବନା ରହିଛି। ସେଠାରେ ଅନ୍ତିମ ସଂସ୍କାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/10/JOdosFPQdeYz9hNBIdK5.jpg)