ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ଜନତା ଦଳ (ବିଜେଡି)ରେ ବଡ଼ ଦାୟିତ୍ବ ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଉପରେ ପୁଣିଥରେ ନବୀନ ଆଶା ଓ ଭରସା କରି ସଭାନେତ୍ରୀ ଦାୟିତ୍ବ ଦେଇଛନ୍ତି।
ଏଥି ସହିତ ବିଜେଡି ୧୫ ଜଣ ନେତ୍ରୀଙ୍କୁ ମହିଳା ବ୍ୟାପାର ଦାୟିତ୍ବ ଦେଇଛନ୍ତି। ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିରଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛି।
ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂହ ବରିହା, ଶର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମିନତୀ ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ, ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ବ ମିଳିଛି।
ବିଜେଡି ସୁପ୍ରିମୋ ଆଜି କୋରାପୁଟ, ଢେଙ୍କାନାଳ ଓ ରାୟଗଡା ଜିଲ୍ଲା ପାଇଁ ସଭାପତି ନିଯୁକ୍ତ କରିଛନ୍ତି। ନରସିଂହ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିବା ବେଳେ ସଂଦୀପ ଷଡ଼ଙ୍ଗୀ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଝିନ ହିକ୍କା ଦଳୀୟ ସଭାପତି ହୋଇଥିବା ବେଳେ ଦୁର୍ଗା ମିଶ୍ର ଓ ପ୍ରସାଦ ବିଡିକା କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ସେହିପରି ଜଗନ୍ନାଥ ସାରକାଙ୍କୁ ବିଜେଡି ରାୟଗଡ଼ା ସଭାପତି ଦାୟିତ୍ବ, ଦେଇଥିବା ବେଳେ ଗୟାଧର ପୁଆଲୋ ଓ ରଣଜିତ ପାଣିଗ୍ରାହୀଙ୍କୁ କାର୍ଯ୍ୟକାରୀ ସଭାପତି କରିଛି।