ମାଲକାନଗିରି: ଜିଲ୍ଲାର ବାଲିମେଳା ନିକଟସ୍ଥ ଖୋଡିକାଯୋଡି ନାଳ ଠାରେ ଓଡ଼ିଶା ହାଇଡ୍ରୋ ପାୱାର କରପୋରେସନ ୫୦୦ ମେଗାୱାଟ ପମ୍ପେଡ ଷ୍ଟୋରେଜ ପ୍ରୋଜେକ୍ଟ(ପିଏସପି) ସ୍ଥାପନ କରିବ। ପ୍ରସ୍ତାବିତ ଏହି ପ୍ରକଳ୍ପ ବାଲିମେଳା ଜଳଭଣ୍ଡାରକୁ ଉପର ଜଳଭଣ୍ଡାର ଭାବରେ ବ୍ୟବହାର କରିବ ଏବଂ ଖଡିକାଯୋଡି ନାଳରେ ଏକ ନୂତନ ନିମ୍ନ ଜଳଭଣ୍ଡାର ନିର୍ମାଣ ହେବ, ଯାହା ବନ୍ଦ ଚକ୍ରରେ ଉପର ଜଳଭଣ୍ଡାରକୁ ପମ୍ପ କରିବା ପାଇଁ ଜଳ ସଂରକ୍ଷଣ ପାଇଁ ବ୍ୟବହୃତ ହେବ।ଏହା ସୋଲାର ଆଧାରିତ ପମ୍ପ ଷ୍ଟୋରେଜ ପ୍ରୋଜେକ୍ଟର ଅଂଶ ଭାବରେ କାମ କରିବ।
ଏହି ପ୍ରକଳ୍ପରୁ ୧୦୯୫ ମିଲିୟନ ୟୁନିଟ ଶକ୍ତି ଉତ୍ପାଦନ କରାଯିବ ବୋଲି କୁହାଯାଇଛି। ଓଡ଼ିଶାର ନବୀକରଣ ଯୋଗ୍ୟ ଶକ୍ତି ନୀତି ରାଜ୍ୟରେ ପମ୍ପେଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଭିଏବିଲିଟି ଗ୍ୟାପ୍ ପାଣ୍ଠି (ଭିଜିଏଫ)ର ବ୍ୟବସ୍ଥା ସହିତ ବହୁ ପ୍ରୋତ୍ସାହନ ଯୋଗାଉଛି। କେନ୍ଦ୍ର ସରକାର ଏବଂ ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ନୀତି-୨୦୨୨ ପମ୍ପେଡ ଷ୍ଟୋରେଜ ପ୍ରୋଜେକ୍ଟ(ପିଏସପି) ଉପରେ ନିର୍ଦ୍ଦେଶାବଳୀ, ନବୀକରଣ ଯୋଗ୍ୟ ଶକ୍ତି,ଏକୀକରଣ ବୃଦ୍ଧି ଏବଂ ଶକ୍ତି ସଂରକ୍ଷଣ ଆବଶ୍ୟକତା ପୂରଣ କରିବା ଓ ପରିଚାଳନା କରିବାରେ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟଗୁଡିକକୁ ସ୍ୱୀକୃତି ଦିଆଯାଇଛି। ଏହି ପ୍ରକଳ୍ପରେ ଦୁଇଟି ୟୁନିଟ ରହିବ। ପ୍ରତ୍ୟେକ ୟୁନିଟରୁ ୨୫୦ ମେଗାୱାଟ ଶକ୍ତି ଉତ୍ପାଦନ କରାଯିବ।
ବାଲିମେଳା ହାଇଡ୍ରୋ ପାଵାର ପ୍ରୋଜେକ୍ଟ ୫୧୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି। ବାଲିମେଳାରେ ଥିବା ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ହାରାହାରି ବାର୍ଷିକ ଶକ୍ତି ଉତ୍ପାଦନ ୧୧୮୩ ମିଲିୟନ ୟୁନିଟ ଉତ୍ପାଦନ କରିବାରେ ସକ୍ଷମ ଥିବା ବେଳେ ପମ୍ପେଡ ଷ୍ଟୋରେଜ ପ୍ରୋଜେକ୍ଟ ବାର୍ଷିକ ୧୦୯୫ ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ କରିବ।
ଭୁବନେଶ୍ୱର ଓଏଚପିସି ଲିମିଟେଡ୍ କର୍ପୋରେଟ୍ ଅଫିସ୍ ନିର୍ଦ୍ଦେଶକ (ଅପରେସନ୍) ଆଶିଷ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ ପ୍ରସ୍ତାବିତ ପମ୍ପେଡ ଷ୍ଟୋରେଜ ପ୍ରୋଜେକ୍ଟ ଖଡିକାଯୋଡି ନାଳର ନିମ୍ନ ଜଳଭଣ୍ଡାର ନିକଟରେ ଅବସ୍ଥିତ ଏକ ଭୂତଳ ବିଦ୍ୟୁତ୍ ଘର ରହିବ, ଯେଉଁଠି ୨ଟି ୨୫୦ ମେଗାୱାଟ ବିଶିଷ୍ଟ ଜଳ ୟୁନିଟ ରହିବ। ଟିଏଚଡିସି ଇଣ୍ଡିଆ ଲିମିଟେଡ ଏହି ପ୍ରକଳ୍ପର ପରାମର୍ଶଦାତା ରହିଛନ୍ତି। ଏହି ପ୍ରକଳ୍ପର ଡିଆରପି ପ୍ରସ୍ତୁତ କରିବା ପାଇଁ ଜଳ ଏବଂ ଶକ୍ତି ପରାମର୍ଶ ସେବା (ଡବ୍ରୁଏପି- ସିଓଏସ) ଲିମିଟେଡ୍ ନିୟୋଜିତ ହୋଇଛି। ବାଲିମେଲା ଜଳଭଣ୍ଡାରକୁ ଉପର ଜଳଭଣ୍ଡାର ଏବଂ ଖଡିକାଯୋଡି ନାଳ ଠାରେ ଏକ ନୂତନ ନିମ୍ନ ଜଳଭଣ୍ଡାର ନିର୍ମାଣ କରାଯିବ ଏବଂ ଏହାକୁ ପମ୍ପ କରିବା ସହ ଜଳ ସଂରକ୍ଷଣ ପାଇଁ ବ୍ୟବହାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/10/27/VIaX66zpef6or9RavwGE.jpg)