ଘୁ. ଉଦୟଗିରି: କେନ୍ଦ୍ର ସରକାର ଗରିବ ମୁଣ୍ଡକୁ ଛାତ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନାରେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଲାଭବାନ ହେଉଥିବା ବେଳେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ଝାଟିମାଟି କୁଡ଼ିଆ ଓ ଜରିପାଲ ତଳେ ଜୀବନ ବିତୁଛି।
ଏହି ଭଳି କନ୍ଧମାଳ ଜିଲ୍ଲାର ଅନେକ ଗାଁ ରହିଛି ଯେଉଁ ଗାଁ ଲୋକେ ଆଜି ମଧ୍ୟ ଝାଟିମାଟି କୁଡ଼ିଆ ବସବାସ କରୁଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ମିଳିପାରୁ ନାହିଁ। ଏମିତି ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ମାରବାଲି ଗାଁ ର ଶୁଷମା ଦିଗାଲଙ୍କ ପରିବାର ଝାଟି ମାଟି କୁଡିଆ ଘରେ ୫ ସଦସ୍ୟ ବସବାସ କରନ୍ତି। ପ୍ରକୃତ ହିତାଧିକାରୀମାନେ ତ ଝାଟିମାଟି କୁଡ଼ିଆ ଓ ଭଙ୍ଗା ଦଦରା ଘରେ ଦିନ ବିତାଉଛନ୍ତି।
ତେବେ ସରକାର କେଉଁ ଗରିବକୁ ଛାତ ଘର ଦେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଘରଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ମିଳୁନଥିବା କହିଛନ୍ତି ସୁଷମା ଦିଗାଲଙ୍କ ପରିବାର। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।