ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର କୁରାଢିକ ଗାଁସ୍ଥିତ ନିଜ ଶ୍ୱଶୁରଙ୍କ ଘରକୁ ଆସିଥିବା ବେଳେ ଧାନକ୍ଷେତରୁ ରବିବାର ସନ୍ଧ୍ୟାରେ ଜ୍ଵାଇଁଙ୍କ ମୃତଦେହ ଜବତ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବେତନଟୀ ଥାନା ଦାନ୍ତିଆମୁହାଁ ଉପକଣ୍ଠ ଦୂର୍ଗାପୁର ପଞ୍ଚାୟତର ଧାନଶୋଳା– ସଙ୍ଗାଡିହି ଗ୍ରାମର ପୂର୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ମିଥୁନ ଓରଫ ଦେବାଶିଷ ମହାନ୍ତ(୨୬)।
ସୂଚନା ମୁତାବକ ଚାଷକାମରେ ସହଯୋଗ କରିବାକୁ ମିଥୁନ ଶ୍ଵଶୂରଘର କୁରାଢିକ ଗାଁକୁ ଆସିଥିଲେ। ରବିବାର ଅପରାହ୍ନରେ ଶ୍ଵଶୁରଘର ଧାନଖେତରେ କତି କାଟିବାକୁ ଘରୁ ବାହାରି ଆସିଥିବା ବେଳେ ବିଲ ହିଡ଼ ପାର୍ଶ୍ଵରେ ପାଣିରେ ମୁହଁମାଡ଼ି ପଡ଼ିଥିବାର ଅନ୍ୟଚାଷୀମାନେ ରବିବାର ସନ୍ଧ୍ୟାରେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
ଖବରପାଇ ବୈଶିଙ୍ଗା ଥାନା ଏଏସଆଇ ଶୁଭ୍ରାଂଶୁ ରାଉଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ମୃତକ ଧାନଶୋଳା ସଙ୍ଗାଡିହି ଗ୍ରାମର ମିଥୁନ ଓରଫ ଦେବାଶିଷ ମହାନ୍ତ ବୋଲି ଜାଣିବାକୁ ପାଇଥିଲା।
ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଜବତ କରିଥିବା ବେଳେ ସୋମବାର ଶବବ୍ୟବଚ୍ଛେଦ ହେବାନେଇ ବୈଶିଙ୍ଗା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ମିଥୁନ କ୍ଷେତରେ କାମ କରୁଥିବା ବେଲେ ସର୍ପାଘାତ କିମ୍ବା ଆଉଁରିଆ ବାତ ରୋଗରୁ ପାଣିରେ ମୁହଁମାଡ଼ି ପଡ଼ିଯିବାରୁ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି। ପୁଲିସ ତଦନ୍ତ ଜାରି ରଖିଛିl
murder | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)