ଅନୁଗୁଳ: ସାମାନ୍ୟ ପାଟିତୁଣ୍ଡରୁ ମା'କୁ ହତ୍ୟା। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୁଲିସ ଅଟକ ରଖିଛି।
ଗତକାଲି ରାତିରେ କୌଣସି କାରଣକୁ ନେଇ ମା'- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣିଥରେ ମା'- ପୁଅଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ସରୋଜ ନାଏକ ନିଜ ମା' ଲତା ନାଏକ (୭୦)ଙ୍କୁ ପିଟି ପିଟି ହତ୍ୟା କରିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା'- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣିଥରେ ମା'- ପୁଅଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ସରୋଜ ନାଏକ ନିଜ ମା' ଲତା ନାଏକ (୭୦)ଙ୍କୁ ପିଟି ପିଟି ହତ୍ୟା କରିଛି।
ଏ ଖବର ଗାଁଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମା'କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/24/VXPSFAZg2ZNxxJIVTsxv.jpg)