କଟକ: ଐତିହାସିକ ସହର ‘କଟକ’ ସହରରେ ସାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି କରାଯାଇଛି। ଏହା କଟକ ସହରରେ ଦୁର୍ଗାପୂଜା ଉତ୍ସବ ସହିତ ଜଡିତ ସମସ୍ତ ପୂଜା କମିଟି, ଅଂଶୀଦାର ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରଯୁଜ୍ୟ। ପୂଜା ମଣ୍ଡପ ଏବଂ ତୋରଣର ଆକାର ଏବଂ ନିର୍ମାଣ ବୃଦ୍ଧି ଯୋଗୁଁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟମ ସମ୍ପର୍କରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରା ଉଠାଯାଇଥିବା ସମସ୍ୟାର ସମାଧାନ ପାଇଁ ଓଡିଶା ହାଇକୋର୍ଟଙ୍କ ୨୦୨୦ ର ରିଟ ପିଟିସନ ସିଭିଲ ପିଆଇଏଲ ନମ୍ବର ୨୧୪୦ର ନିର୍ଦ୍ଦେଶାବଳୀ ସହରର ସମସ୍ତ ପୂଜା କମିଟି ବାଧ୍ୟତାମୂଳକ ଭାବେ ପାଳନ କରିବାକୁ କୁହାଯାଇଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍, କଟକ ପୂଜା କମିଟିଗୁଡ଼ିକ ସହିତ ବୈଠକ କରି ଉକ୍ତ ନିର୍ଦ୍ଦେଶାବଳୀ ପାଳନ ସୁନିଶ୍ଚିତ କରିବେ। ତଦନୁସାରେ, କଟକ ସହରରେ ଦୁର୍ଗାପୂଜା ଉତ୍ସବର ଦୃଢ ଏବଂ ସୁଗମ ପରିଚାଳନା ପାଇଁ ୨୪.୦୮.୨୦୨୫ ଏବଂ ୨୫.୦୮.୨୦୨୫ ରେ ଦୁଇଟି ବୈଠକ କରାଯାଇଥିଲାI
ପୂଜା ପେଣ୍ଡାଲରେ ଦୈନିକ ଆରତୀ ଏବଂ ଶୋଭାଯାତ୍ରା ସମୟରେ ଡିଜେ ସାଉଣ୍ଡ ସିଷ୍ଟମ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଅନୁମୋଦିତ ସୀମା ଅତିକ୍ରମ କରୁଥିବା ଶବ୍ଦ ଡେସିବେଲ୍ ସ୍ତର ମଧ୍ୟ ନିଷେଧ କରାଯାଇଛି। ଫାୟାର ଗନ ଏବଂ ବାଣର ବ୍ୟବହାର କଡ଼ାକଡ଼ି ନିଷେଧ କରାଯାଇଛି। ଆଖରେ ଜ୍ଵଳନ ବା ସମସ୍ୟା ସୃଷ୍ଟି କରୁଥିବା ଲେଜର ଲାଇଟ ମଧ୍ୟ ନିଷେଧ କରାଯାଇଛି। ପୂଜା କମିଟିଗୁଡ଼ିକ ପ୍ରଚଳିତ ନିୟମ ଏବଂ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି।
ଦୁର୍ଗାପୂଜାର ସୁଗମ ପରିଚାଳନା ଓ ନିୟମାବଳୀ ପାଳନ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକ ଆହୁତ କରିବେ। କଟକ ସହରରେ ଦୁର୍ଗାପୂଜା ଉତ୍ସବ ଏବଂ ବିସର୍ଜନ ସମୟରେ ଶବ୍ଦ ଡେସିବେଲ ସ୍ତରର ତଦାରଖ ଏବଂ ନିୟନ୍ତ୍ରଣ କରିବା ପାଇଁ ଯନ୍ତ୍ର ସ୍ଥାପନ କରିବା ଓ ଟ୍ରାଫିକ ନିୟମ ପାଳନ ଏବଂ ଯାନବାହାନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୋଲିସକୁ ଦାୟିତ୍ଵ ଦିଆଯାଇଛି। ପ୍ରତ୍ୟେକ ପୂଜା କମିଟି ଦ୍ବାରା ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଳନ ସୁନିଶ୍ଚିତ କରିବା ନିମନ୍ତେ ଅଗ୍ନିଶମ ବିଭାଗକୁ କୁହାଯାଇଛି। ଏଥିସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଏବଂ ମୂର୍ତ୍ତି ବିସର୍ଜନ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ଘଟେ ନାହିଁ ତାହା ନିଶ୍ଚିତ କରିବା ପାଇଁ ତାଙ୍କୁ ପ୍ରତି ପୂଜା କମିଟିରେ ଦୁଇଜଣ ସ୍ୱେଚ୍ଛାସେବକଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ପରିଚାଳନା ସମ୍ପର୍କରେ ଆବଶ୍ୟକ ତାଲିମ ଦେବାକୁ କୁହାଯାଇଛି।
ମଣ୍ଡପରେ ସୁରକ୍ଷିତ ବିଦ୍ୟୁତ ସଂଯୋଗ ଏବଂ ଉପଯୁକ୍ତ ଇନସୁଲେସନ ଏବଂ ବୈଦ୍ୟୁତିକ ଗେଟଗୁଡ଼ିକର କୁହାଯାଇଛି। ପୂଜା ମଣ୍ଡପ ଏବଂ ତୋରଣର ଢାଞ୍ଚାଗତ ସଠିକ୍ ନିମ ନିର୍ମାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲକୁ କୁହାଯାଇଛି। ପୂଜା ମଣ୍ଡପ ଏବଂ ତୋରଣର ଧାଞ୍ଚାଗତ ଯୋଜନା ଯାଞ୍ଚ ଏବଂ ଅନୁମୋଦନ ଏବଂ ଓଭରହେଡ୍ ଗେଟ୍/ ତୋରଣର ଢାଞ୍ଚାଗତ ଡିଜାଇନ୍ ଏବଂ ନିର୍ମାଣ ସମ୍ବନ୍ଧୀୟ ସୁରକ୍ଷା ଅନୁପାଳନ ସୁନିଶ୍ଚିତ କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ପ୍ରଦାନ କରାଯାଇଛି।
ବିଭିନ୍ନ ଏଜେନ୍ସି / ବିଭାଗରୁ ଏନଓସି ପ୍ରଦାନ କରିବା ପାଇଁ ସୁବିଧାଜନକ ସ୍ଥାନରେ ଏକକ ବାତାୟନ ବ୍ୟବସ୍ଥା (ସିଙ୍ଗଲ ୱିଣ୍ଡୋ ସିଷ୍ଟମ) କାର୍ଯ୍ୟକ୍ଷମ କରାଯିବ ଏବଂ ଏହା ୫ ସେପ୍ଟେମ୍ବରରୁ ଉପଜିଲ୍ଲାପାଳ କଟକ ସଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହେବ। ସେପ୍ଟେମ୍ବର ୧୨, ୨୦୨୫ ସୁଦ୍ଧା ପୁଲିସ, ପୂର୍ବ ଏବଂ ଭୂମି ଅଧିକାର ବିଭାଗ ଦ୍ବାରା ସର୍ଭ ସହିତ ଅସ୍ଥାୟୀ ଏନଓସି ପ୍ରଦାନ କରାଯିବ।
ଖାଦ୍ୟ ସୁରକ୍ଷା ଏବଂ ନିୟମିତ ଯାଞ୍ଚ ସୁନିଶ୍ଚିତ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଦଳ ନିୟୋଜିତ କରିବା ସୁନିଶ୍ଚିତ କରାଯିବ । ପୂଜା ମଣ୍ଡପ ଏବଂ ବିଦ୍ୟୁତ୍ ଫାଟକ ନିର୍ମାଣ ପାଇଁ ପୂଜା କମିଟି ଦ୍ବାରା ସାଧାରଣ ରାସ୍ତାର କୌଣସି ଜବରଦଖଲ ନହେବା ନିଶ୍ଚିତ କରିବା ପାଇଁ କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ତହସିଲ, ପୋଲିସ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କୁ ନେଇ ମିଳିତ ଯାଞ୍ଚ ଦଳ ଗଠନ କରାଯିବ। ପ୍ରତ୍ୟେକ ପୂଜା ମଣ୍ଡପ ପାଇଁ ଏବଂ ମୂର୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ନିରାପଦ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ସହର ଏବଂ ଏହାର ଆଖପାଖରେ ୨୪ ଘଣ୍ଟା ପାଇଁ ବିଦେଶୀ ଏବଂ ଦେଶୀ ମଦ ବିକ୍ରୟ ନିଷେଧ କରିବା ନିଶ୍ଚିତ କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା କମିଟିଗୁଡ଼ିକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଯାଞ୍ଚ ପାଇଁ ନିଜର ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ ପଡିବ। ସମସ୍ତ ପୂଜା ମଣ୍ଡପଗୁଡ଼ିକ ସେପ୍ଟେମ୍ବର ୨୨, ୨୦୨୫ ସୁଦ୍ଧା କାର୍ଯ୍ୟ ସମାପ୍ତ କରି ଆବଶ୍ୟକୀୟ ଏନଓସି ହାସଲ କରିବେ ।
ପେଣ୍ଡାଲ ଏବଂ ଶୋଭାଯାତ୍ରା ରାସ୍ତାରେ ତାର/କେବୁଲର କୌଣସି ବାଧା ଯେପରି ସୃଷ୍ଟି ନ ହୁଏ କିମ୍ବା ତାର ଝୁଲି ନ ପଡେ ତାହା ସୁନିଶ୍ଚିତ କରିବାକୁ ସମସ୍ତ କେବୁଲ ଅପରେଟରମାନଙ୍କୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରତିଃ-୭ଟି ପୂଜା ମଣ୍ଡପକୁ ଅନୁମତି/ଏନଓସି ପାଇଁ ମାର୍ଗଦର୍ଶନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯିବ ଏବଂ ବଡ଼ ମଣ୍ଡପଗୁଡ଼ିକ ଯାଞ୍ଚ କରିବା ପାଇଁ ଦୁଇଟି ଦଳ ନିୟୋଜିତ କରାଯିବ । ପ୍ରତି ୨୫-୩୦ ପୂଜା ମଣ୍ଡପର ସମସ୍ୟା ସମାଧାନ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ।
Durga Puja
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/bda-colony-durgapuja-committee.jpg)