ଭୁବନେଶ୍ବର:ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ| ଏନେଇ ସେ କହିଛନ୍ତ,ଦୁଇ ଥର ସମୀକ୍ଷା କଲା ପରେ ବି ସନ୍ତୋଷଜନକ ନୁହେଁ କାମପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି।ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ | ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି, ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ| ଟାର୍ଗେଟ ତାରିଖ ଦିଆଯାଇଛି।

Advertisment

ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ | ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି, ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ| ଟାର୍ଗେଟ ତାରିଖ ଦିଆଯାଇଛି।

ଏଣେ ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। ସେ କହିଛନ୍ତି,ବିଧାୟକ ମାନଙ୍କ ପାଇଁ ବହୁତଳ ପ୍ରାସାଦ କାର୍ଯ୍ୟରେ ଆମେ ଅସନ୍ତୁଷ୍ଟ | ୨୦୨୯ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେଊା ଭଳି ଲାଗୁନି | ସରକାର ଏବଂ ବାଚସ୍ପତି ମନିଟର କରନ୍ତୁ | ଯେଉଁ କମ୍ପାନିକୁ ଦେଇଛନ୍ତି, ସେମାନେ ଧୀମା ଗତିରେ କାମ କରୁଛନ୍ତି।ବିଧାୟକମାନଙ୍କ ଅସୁବିଧା ହେଉଛି | ଟେଣ୍ଡର ଅନ୍ୟମାନଙ୍କୁ ଦିଅନ୍ତୁ | ଷ୍ଟେଟ ଗେଷ୍ଟ ହାଉସରେଆମେ ରହୁଛୁ |