କୋରାପୁଟ: କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। କୋଟିଆର ବିକାଶ ପାଇଁ ଏକ ସ୍ବତନ୍ତ୍ର ଏଜେନ୍ସି କାମ କରିବ। ଏହି ଏଜେନ୍ସି ଦାୟିତ୍ବରେ ଜଣେ ଓଏଏଏସ୍ ପାହ୍ୟା ଅଧିକାରୀ ରହିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶନାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୋଟିଆ ଗ୍ରାମପଞ୍ଚାୟତ ପ୍ରତି ସ୍ବତନ୍ତ୍ର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଟିଆ ପଞ୍ଚାୟତର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏବେ ସମସ୍ତ ବିଭାଗର ସମସ୍ତ ଯୋଜନା ଗୋଟିଏ ଏଜେନସି ମାଧ୍ୟମରେ କାମ କରାଯିବ, ଯାହାର ଦାୟିତ୍ବରେ ରହିବେ ଜଣେ ଓଏଏସ କିମ୍ବା ଓଆରଏସ ପାହ୍ୟା ସ୍ବତନ୍ତ୍ର ଅଧିକାରୀ। ତାଙ୍କର ଗୋଟିଏ ସ୍ବତନ୍ତ୍ର କାର୍ଯ୍ୟାଳୟ ରହିବ। ଏହି ଏଜେନିସି ପଞ୍ଚାୟତର ସାମଗ୍ରୀକ ବିକାଶ ପାଇଁ କାମ କରିବ। ଓଡିଆ ଅସ୍ମିତାକୁ ଦୃଷ୍ଟିରେ ରଖି ସୀମାନ୍ତ ଗ୍ରାମ ଗୁଡ଼ିକରେ ଓଡ଼ିଶା ଭାଷା, ସଂସ୍କୃତି, ପରମ୍ପରା ଓ ବିଭିନ୍ନ ଯାନିଯାତ୍ରାକୁ ସମୃଦ୍ଧି କରିବା ପାଇଁ କାମ କରିବେ। ଏହି କମିଟି ସ୍ବତନ୍ତ୍ର ଏଜେନସିର ରୂପରେଖ, ବ୍ୟୟ , ବିଭିନ୍ନ ଯୋଜନାର ସହଭାଗିତାରେ କିପରି କାର୍ଯ୍ୟ କରିବ ଏବଂ ସୀମାନ୍ତ ରାଜ୍ୟ କଣ ସହାୟତା ପ୍ରଦାନ କରୁଛି ତାକୁ ଦେଖି ନିଜର ଖସଡା ପ୍ରସ୍ତୁତ କରିବ।
କମିଟି ଆସନ୍ତା ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନର ସ୍ଥିତି ଅନୁଧ୍ୟାନ କରିବେ। କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି। ଓଡ଼ିଶା ମାଟିରେ ପିଲା ପାଠ ପଢ଼ିବେ ଓଡ଼ିଆ ଯାହାକୁ ନେଇ କମିଟି କାମ କରିବ। କୋଟିଆର ବିକାଶକୁ ନେଇ ରାଜ୍ୟ ସରକାର ନେଇଛନ୍ତି ସ୍ଵତନ୍ତ୍ର ପଦକ୍ଷେପ।
କମିଟିରେ ଅତିରିକ୍ତ ମୁଖ୍ୟ ଶାସନସଚିବ ରାଜସ୍ବ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନସଚିବ ଗୃହ ବିଭାଗ, ପ୍ରମୁଖ ଶାସନସଚିବ ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ,ଓଡିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି।
Kotia | Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/22/rP2zlO8mZ7aWn9kAzGHP.jpg)