କଟକ: ଆଜି ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପେପର-୧ ଓ ପେପର-୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ଫଳରେ ୭୫ ହଜାର ଶିକ୍ଷକ ନିରାଶ ହୋଇଛନ୍ତି ।
ସ୍ବତନ୍ତ୍ର ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା କାହିଁକି ସ୍ଥଗିତ ରଖାଯାଇଛି, ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଛି। ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି। ଗତକାଲି ରାତିରେ ସୋସିଆଲ ମିଡିଆରେ ହାତଲେଖା ପ୍ରଶ୍ନପତ୍ର ଓ ଉତ୍ତର ଘୁରି ବୁଲିଥିଲା। ଏହା ସେହି ପ୍ରଶ୍ନପତ୍ର ଓ ଉତ୍ତର କି ନୁହେଁ ତାହା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ବିଳମ୍ବିତ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ତେବେ ସ୍ବତନ୍ତ୍ର ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା କାହିଁକି ସ୍ଥଗିତ ରଖାଯାଇଛି, ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଛି। ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି। ଗତକାଲି ରାତିରେ ସୋସିଆଲ ମିଡିଆରେ ହାତଲେଖା ପ୍ରଶ୍ନପତ୍ର ଓ ଉତ୍ତର ଘୁରି ବୁଲିଥିଲା। ଏହା ସେହି ପ୍ରଶ୍ନପତ୍ର ଓ ଉତ୍ତର କି ନୁହେଁ ତାହା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ବିଳମ୍ବିତ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/20/otet-4-2025-07-20-09-13-18.png)