କୋରାପୁଟ: ଜଗଦଲପୁରରୁ–ଠାକୁରନଗରକୁ ଆସନ୍ତାକାଲି ଠାରୁ ଚାଳିବ ସ୍ବତନ୍ତ୍ର ଟ୍ରେନ୍। ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛତିଶଗଡର ଜଗଦଲପୁରରୁ ଟ୍ରେନ ନଂ ୦୮୫୬୩ ଆସନ୍ତାକାଲି ବାହାରି କୋରାପୁଟ ଜିଲ୍ଲାର କୋଟପାଡ, ଜୟପୁର, କୋରାପୁଟ, ରାୟଗଡ଼ା, ସିଂଗପୁର ରୋଡ, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ, ବଲାଙ୍ଗୀର, ବରଗଡରୋଡ, ସମ୍ବଲପୁର, ଝାରସୁଗୁଡା, ରାଉରଖେଲା, ଚକ୍ରଧରପୁର, ଟାଟାନଗର, ଖଡଗପୁର, ଅଣ୍ଡୁଲ, ଭାତନଗର ଦେଇ ଗୋଟିଏ ଟ୍ରେନ ଆସନ୍ତାକାଲି ଯିବ।
୨୮ତାରିଖ ଦିନ ପୁଣି ଆଉ ଗୋଟିଏ ଟ୍ରେନ ନଂ ୦୮୫୬୪ ଠାକୁରନଗରରୁ ବାହାରି ଜଗଦଲପୁର ଫେରିବ। ଏଥିରେ ଦ୍ବିତୀୟ ଶ୍ରେଣୀ ଏସି ବଗି ଗୋଟିଏ, ୩ୟ ଶ୍ରେଣୀ ଏସି ବଗି ୨ଟି, ସ୍ଲିପର ୬ଟି, ସାଧାରଣ ଦ୍ବିତୀୟ ଶ୍ରେଣୀ ବଗି ୪ଟି, ଦିବ୍ୟାଙ୍ଗ-ଲଗେଜ ଦ୍ବିତୀୟ ଶ୍ରେଣୀ କୋଚ ୨ଟି ରହିବ ବୋଲଇ ବିଭାଗର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ କେ .ସନ୍ଦୀପ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।
Koraput | Indian Railways