ଭୁବନେଶ୍ବର: ଦୈନିକ ‘ନିର୍ଭୟ’ର ବାର୍ଷିକ ଉତ୍ସବରେ ପୂର୍ବ ସରକାରର ଗଣମାଧ୍ୟମ ବିରୋଧୀ ମନୋଭାବର ଗୁମର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ନିର୍ଭୟ’ର ଦଶମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ସମୟରେ କିଛି ମିଡିଆକୁ ବିଜ୍ଞାପନ ନ ଦେବାକୁ ହୁଇପ୍ ଜାରି ହୋଇଥିଲା। ଯେଉଁ ମିଡିଆମାନେ ସରକାରଙ୍କ ଏଚ ଏମ୍ ଭି (ହିଜ୍ ମାଷ୍ଟରସ ଭଏସ୍) ହେବାକୁ ମନା କଲେ, ସେମାନଙ୍କ ବିଜ୍ଞାପନ ବନ୍ଦ କରିଦିଆଯାଇଥିଲା। ହେଲେ ଏବେ ସମୟ ବଦଳିଛି, ଲୋକଙ୍କ ସରକାର କ୍ଷମତାକୁ  ଆସିଛି। ଏବେ ମିଡିଆକୁ ଧମକ ଦେବାର ନାହିଁ କି ଗଣମାଧ୍ୟମର କଣ୍ଠରୋଧ କରିବାର ନାହିଁ।

Advertisment

ଦୈନିକ ‘ନିର୍ଭୟ’ର ସଂପାଦକ ନବୀନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଶମ ବାର୍ଷିକ ଉତ୍ସବରେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ  ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାଛଡ଼ା ଜଣାଶୁଣା ଶିକ୍ଷାବିତ୍ ତଥା ଶିକ୍ଷା-ସଂସ୍କୃତି ଉତଥାନ ନ୍ୟାସର ଜାତୀୟ ସଂପାଦକ ଡକ୍ଟର ଅତୁଲ କୋଠାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।