କେନ୍ଦୁଝର: ବିକାଶ ଯାତ୍ରାରେ ପରିବେଶର ଭୂମିକା ରହିଛି। ପରିବେଶ ପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ। ପରିବେଶ ସୁରକ୍ଷା କାର୍ଯ୍ୟରେ ‘ସମ୍ବାଦ’ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ‘ସମ୍ବାଦ’ ପରିବାରକୁ ଧନ୍ୟବାଦ ଜଣାଉଛି। ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକଥା କହିଛନ୍ତି। ସେ ଆହୁରି କହିଛନ୍ତି, ପରିବେଶ ସୁରକ୍ଷା ଦୁଇ ଦଶନ୍ଧି ତଳେ କେବଳ ସ୍ଲୋଗାନ୍ ଥିଲା। ଏହାକୁ ଏବେ ସମଗ୍ର ବିଶ୍ବବାସୀ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ପରିବେଶ ପ୍ରଦୂଷଣ ଆମ ସମସ୍ତଙ୍କ ପାଇଁ ସମସ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଅନେକ ଯୋଜନା ହାତକୁ ନେଇଛନ୍ତି। ବଜ୍ରାଘାତରୁ ରକ୍ଷା ପାଇବା ଲାଗି ତାଳଗଛ ଲଗାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୫ ଲକ୍ଷ ଗଛ ଲଗାଇବାକୁ ଯୋଜନା ରହିଛି। ଗ୍ରିନ୍ ଟେକନୋଲୋଜି ବ୍ୟବହାର ଜରୁରୀ।
ପରିବେଶ ସୁରକ୍ଷା ଅଭିଯାନ ‘ପୁନଶ୍ଚ ପୃଥିବୀ’ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି। ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ ପ୍ରମୁଖ ବି ଏଥିରେ ଉପସ୍ଥିତ ଅଛନ୍ତି।ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ।
ଏଥିରେ ଉଦବୋଧନ ଦେଇ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ପରିବେଶ ପଞ୍ଚାୟତର ଆଭିମୁଖ୍ୟ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଇତିମଧ୍ୟରେ ଓଡ଼ିଶାରେ ୬୦ଟି ସ୍ଥାନରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇସାରିଲାଣି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/BapzRiQBe1NSBi6NQwyg.jpg)