ଭୁବନେଶ୍ବର: ଲୋକଙ୍କ ସରକାର ସମସ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି। ମାତ୍ର ୧୪ ମାସ ଭିତରେ ସରକାର ଅଧାରୁ ଅଧିକ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି।ସରକାର ଓ ଲୋକଙ୍କ ଭିତରେ ଦୂରତା କମିଛି। ଜଣଙ୍କ ବିକାଶ ପ୍ରତି ଗୁରୁତ୍ଵ ନ ନେଇ ଗଣର ବିକାଶ ପ୍ରତି ଗୁରୁତ୍ଵ ଦେଉଛନ୍ତି ସରକାର। ଆଜି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

‘ଆମ ଶାସନ’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏହା ଜରିଆରେ ସ୍ବଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ। ଦିଲ୍ଲୀରୁ ନରେନ୍ଦ୍ର ମୋଦୀଙ୍କ ସରକାର ଟଙ୍କାଟିଏ ପଠାଇଲେ ବି ସମ୍ପୂର୍ଣ୍ଣ ପଇସା ପାଉଛନ୍ତି ହିତାଧିକାରୀ। କୌଣସି ପଇସା ବାଟମାରଣା ହେଉନାହିଁ। ଡିବିଟି ଯୋଗୁ ଏହି ପରିବର୍ତ୍ତନ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ଶତ ପ୍ରତିଶତ ସଫଳତା ପାଉଛନ୍ତି ଲୋକେ। ମୋଦୀଜୀଙ୍କର ଡିଜିଟାଲ ଇଣ୍ଡିଆ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି। 

ବସ୍ ନ ହୋଇ ସଧାରଣ ନେତାର ଭୂମିକା ତୁଲାଇବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନୁହେଁ ମୁଖ୍ୟ ସେବକ ଭାବରେ କାର୍ଯ୍ୟ କରୁଛି। ଲୋକଙ୍କ ପାଖରେ କିପରି ସେବା ପହଞ୍ଚିବ ତାହା ସରକାରଙ୍କ ଲକ୍ଷ୍ୟ। ସରକାରଙ୍କ ସବୁ ଯୋଜନା ନାଗରିକ କୈନ୍ଦ୍ରିକ। ତେଣୁ ଲୋକଙ୍କ ମତାମତ ହିଁ ଶୁ ଶାସନର ପ୍ରତିଫଳନ। ଏହି ବ୍ୟବସ୍ଥା ସରକାରୀ ଅଧିକାରୀ ଦାୟିତ୍ବବାନ ହେବା ସହ ଉତ୍ତରଦାୟୀ କରାଇବ। ସମୃଦ୍ଧ ଓଡିଶା ୨୦୩୬, ବିକଶିତ ଓଡ଼ିଶା ୨୦୪୭ ଲକ୍ଷରେ ସହାୟକ ହେବ ଆମ ଶାସନ। ଲୋକଙ୍କ ମତାମତ କୁ ଆଧାର କରି ପଦକ୍ଷେପ ନିଆଯିବ। ହ୍ବାଟସ୍‌ଆପ୍‌, ଇ-ମେଲ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଅଭିଯୋଗ କି ମତାମତ ରଖିପାରିବେ। ୧୪୪୭୧ ଟୋଲ୍‌ ଫ୍ରି  ନମ୍ବରରେ ବି ମତାମତ ଦେଇପାରିବେ ଲୋକେ। ୩୨ ବିଭାଗର ୪୦୦ ରୁ ଅଧିକ ସେବା ଅନଲାଇନରେ ମିଳୁଛି। ପ୍ରଥମ ପର୍ଯ୍ୟାୟରେ ୮ ବିଭାଗର ୧୩ ଯୋଜନାକୁ ଆମ ଶାସନରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ,ମଧୁବାବୁ ପେନସନ ଯୋଜନା, ସୁଭଦ୍ରା,ଶ୍ରୀ ଅନ୍ନ, ସିଏମ୍ କିଷାନ ଯୋଜନା, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଧାନ ସଂଗ୍ରହ, ଆୟୁଷ୍ମାନ୍ ଭାରତ ବୟୋବନ୍ଦନ ଯୋଜନା, ଗୃହ ବିଭାଗର ଏଫ୍‌ଆଇଆର୍ ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଆମ ଶାସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଲୋକଙ୍କ ମତାମତ ନେବେ।