ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ସାରା ଓଡ଼ିଶାବାସୀଙ୍କ ତରଫରୁ ଓଡ଼ିଶା ଓ ମନ୍ଦିମାଳିନୀ ସହର ଭୁବନେଶ୍ବରକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି। ଆପଣମାନେ ସାଂସ୍କୃତିକ ଆମ୍ବାସାଡର। ଆପଣମାନେ ଆମର ଗର୍ବ। ଆମ ଭିତରେ ଥିବା ଭାଇଚାରା ଅନନ୍ୟ, ଓଡ଼ିଶାର ସଂସ୍କୃତି ମହାନ୍। ଆଜି ଓଡ଼ିଶା ବିଶ୍ବରେ ଖଣି, ଇସ୍ପାତ, ଆଲୁମିନୟମ୍, ସ୍ବାସ୍ଥ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷା, ପର୍ଯ୍ୟଟନ କ୍ଷେତ୍ରରେ ବି ବେଶ୍ ଜଣାଶୁଣା। ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମେଳନର ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ଓଡ଼ିଶାର ପୁରୀ, କୋଣାର୍କ, ଚିଲିକା ଓ ଧଉଳି ଆଦି ପର୍ଯ୍ୟଟନସ୍ଥଳୀ ଭ୍ରମଣ କରି ଆନନ୍ଦ ପାଇବେ। ଏହାଛଡ଼ା ଏଠାକାର ଡାଲମା, ରସଗୋଲା, ଛେନାପୋଡ଼ର ମଜା ଉଠାଇବେ। ଏହି ତିନିଦିନ ଆପଣମାନଙ୍କ ଜୀବନର ସ୍ମରଣୀୟ ହୋଇ ରହିବ।
/sambad/media/media_files/2025/01/08/kO2zbVdRYh0D1gwfKpwS.jpg)
ପ୍ରବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ | ଏହି ସମୟ ଆପଣମାନଙ୍କ ସ୍ମୃତିରେ ରହିବ | ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ | ଆପଣମାନେ ଆମର ସାଂସ୍କୃତିକ ଆମ୍ବାସଡର, ଆପଣମାନେ ଆମର ଗର୍ବ | ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ଵ ଦରବାରରେ ଆପଣମାନେ ପହଞ୍ଚାଇବେ|
ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅନେକ ଅବଦାନ ରହିଛି | କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀ ମନ୍ଦିର ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ବୋଲି ପ୍ରବାସୀ ଅତିଥିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ | ଆଇଟି ଏବଂ ସ୍କିଲ୍ ଡେଭେଲପମେଣ୍ଟ କ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢୁଛି | ଟେକ୍ନୋଲଜି, ଅକ୍ଷୟ ଶକ୍ତି, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ବହୁତ ସମ୍ଭାବନା ଅଛି | ଆପଣ ମାନଙ୍କ ଉପଲବ୍ଧି ଆମକୁ ଖୁସି ଦେଇଥାଏ | ପୁରୀ, କୋଣାର୍କ, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ, ଡାଲମା, ଛେନାପୋଡ଼, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ଆନନ୍ଦ ନିଅନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ | ଏହା ଦ୍ବାରା ଓଡ଼ିଶା ସହ ଆପଣ ମାନଙ୍କ ସମ୍ପର୍କ ଆହୁରି ମଜବୁତ ହେବ | ଏକାଠି କାମ କଲେ ଆମେ ଆହୁରି ସଶକ୍ତ ହେବା ଏବଂ ବିକଶିତ ଭାରତ ଗଠନ ହେବ |

ସୂଚନାଯୋଗ୍ୟ, ଆଜି ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମେଳନ। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଉଦଘାଟନ କରିଛନ୍ତି। ଏହା ପରେ ଆଜି ଜନତା ମଇଦାନରେ ଦିବ୍ୟ ଓ ଭବ୍ୟ ଆୟୋଜନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/08/3BOiga89BHE8j8OAb2k5.jpg)