ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ୩ୟ ଦିବସର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ‘ବିଦ୍ୟୁତ ବିଭାଗର ରିଭ୍ୟୁ କଲାବେଳେ ଜଣାପଡିଲା, ସମସ୍ତେ କୁହନ୍ତି ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ । ହେଲେ ଓଡ଼ିଶାରେ ଥର୍ମାଲ ପାଓ୍ୱାର ଯେତିକି ଜେନେରେଟ୍ ହେଉଛି, ସେସବୁ ଉପଭୋକ୍ତାମାନଙ୍କୁ ଦିଆଯାଉଛି। ଅନ୍ୟପଟେ ସମସ୍ତ ସୌରଶକ୍ତିକୁ ବାହାରକୁ ପଠାଯାଉଛି। ଥର୍ମାଲ ପାଓ୍ୱାରରେ କୋଇଲାର ବ୍ୟବହାର କରାଯାଉଛି, ପାଣିକୁ ଗରମ କରି ଶକ୍ତି ଉତ୍ପାଦନ କରାଯାଉଛି । ହେଲେ କେହି ବି ଆମ ରାଜ୍ୟର ଏହି ପାଣିର କ୍ଷତିକୁ ଦେଖୁନାହାଁନ୍ତି । ଅନ୍ୟପଟେ ସୌରଶକ୍ତିରୁ ଉତ୍ପନ୍ନ ଶକ୍ତିକୁ ବାହାରକୁ ପଠାଯାଉଛି। ଯେଉଁ ପାଣି ଚାଷୀଙ୍କୁ ଯୋଗାଇ ଦେବା କଥା, ସେହି ପାଣିକୁ ଚାଷୀକୁ ନ ଯୋଗାଇ ଆମେ ଥର୍ମାଲ ପାଓ୍ୱାର ଜେନେରେସନରେ ବ୍ୟବହାର କରିଦେଉଛୁ। ଏହା ଉପରେ ଆମେ ଧ୍ୟାନ ଦେବା ଦରକାର। ଏଥିଲାଗି ସମସ୍ତଙ୍କ ସହଯୋଗ ଏ ସରକାର ଚାହେଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୋଟିଏ ଡାକରା ଦେଇଛନ୍ତି ‘ଏକ ପେଡ୍ ମାଆ କେ ନାମ’.... ଆଉ ସେ ଅନୁରୋଧ କରିଛନ୍ତି ସମସ୍ତେ ନିଜ ମାଆଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ। ଯଦି ପୃଥିବୀର ସମସ୍ତ ନାଗରିକ, ଆଉ ଭାରତର ସମସ୍ତ ନାଗରିକ ଗୋଟିଏ ଗୋଟିଏ ଗଛ ନିଜ ମାଆଙ୍କ ନାମରେ ଲଗାଇବା, ତେବେ ବାତାବରଣ ଓ ପ୍ରଦୂଷଣକୁ ଆମେ ନିୟନ୍ତ୍ରଣକୁ ଆଣିପାରିବା।