ଯାଜପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଆଜି ଜାରକାସ୍ଥିତ ମହୋତ୍ସବ ପଡ଼ିଆରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଉଚ୍ଛ୍ୱସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଯାଜପୁର ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନ୍ୟତମ ଅତିଥିଭାବେ ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ବରୀ ନିର୍ବାଚନ ମଣ୍ଡଳୀର ନେତା ଉମେଶ ଚନ୍ଦ୍ର ଜେନା, ବିଂଝାରପୁର ନିର୍ବାଚନ ମଣ୍ଡଳୀର ନେତ୍ରୀ ବବିତା ମଲ୍ଲିକ, ବିଜେପି ରାଜ୍ୟ ସମ୍ପାଦକ ସରୋଜ କୁମାର କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ଏକ ବିରାଟ ମହାମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ତୃଣମୂଳ ସ୍ତରର ଛାମୁଆନେତା ବିଜେପିରେ ଯୋଗ ଦେଇଥିଲେ।

Advertisment

Untitled

ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏହା ସମ୍ବର୍ଦ୍ଧନା ସଭା ନୁହେଁ। ଏହା ଧନ୍ୟବାଦ ସଭା। ସରକାର ପରିବର୍ତ୍ତନ ପ୍ରକ୍ରିୟାର ଅଗ୍ର ଭାଗରେ ଯାଜପୁର ଥିଲା ଏବଂ ସେଥିରେ ଆମେ ସଫଳ ହୋଇଛେ। ଲୋକେ ଭାବିନଥିଲେ ଯାଜପୁରରେ ପରିବର୍ତ୍ତନ ହେବ । ଭଗବାନ କେବେ ଗର୍ବ ଅହଙ୍କାର ସହି ନାହାନ୍ତି। ମାଆ ବିରଜା ଏହା ସହିଲେ ନାହିଁ। ଲୋକଙ୍କୁ ପୋକ ମାଛି ଭଳି ଭାବୁଥିଲେ। ପଇସା ଦେଇ ଆଣୁଥିଲେ। ୨୦୨୪ରେ ସେମାନଙ୍କୁ ଜବାବ ଦେଲେ ଲୋକମାନେ। ସରକାର ପରେ ସରକାର ଆସିଛି। ୭୮ବର୍ଷ ପରେ ବିଜେପିକୁ ଏକାକୀ କ୍ଷମତା ମିଳିଛି। ବିଜେପି ଯାହା କହେ ତାହା କରି ଦେଖାଏ। ସରକାରଙ୍କୁ ଆସିବା ପରେ ସଙ୍କଳ୍ପପତ୍ର ଅନୁସାରେ ପ୍ରତିଶ୍ରୁତି ପାଳନ ହେଉଛି। ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଛୁ କରି ଦେଖାଇବୁ। ଧାନର ସହାୟକ ବଢିବା ପରେ ଚାଷୀ ସମୃଦ୍ଧ ହେଉଛି। ରତ୍ନଭଣ୍ଡାର ଖୋଲି ସାରିଛି। ମରାମତି ଶେଷ ହୋଇଛି। ଏବେ ଗଣତି ହେବ ଜଣାପଡ଼ିବ। ଜଳସେଚନ ଶତପ୍ରତିଶତ କରିବାକୁ ଲକ୍ଷ ରଖୁଛି ସରକାର। ୧୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ଆସିଛି, ଆଉ ୧୦ ଲକ୍ଷ କୋଟି ପୁଞ୍ଜି ଆସିବ। ଅନ୍ୟମାନେ କଣ କରିଥିଲେ ତାଲିକା ଲେଖି ଦିଅନ୍ତୁ ଆମେ ୧୫ ମାସରେ କଣ କରିଛୁ ଲୋକ ଜାଣିଛନ୍ତି। ଆମେ ହିସାବ ଦେଇପାରିବୁ ସେମାନେ ଦେଇପାରିବେନି। ସ୍ବପ୍ନ ଦେଖିଲେ ହେବନି ଯୋଜନା କରିବାକୁ ହେବ ଏବଂ କ୍ରୀୟନ୍ଵୟନ କରିବାକୁ ହେବ। ୭୮ ବର୍ଷରେ ଯାହା ହୋଇନି ତାହା ୫ ବର୍ଷରେ ହେବ। ଧର୍ମଶାଳା ଲୋକେ ଅସମ୍ଭବ ଭାବୁଥିଲେ। ସରକାର ଗଠନରେ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ଯାଜପୁରକୁ ମୁଁ ଧନ୍ୟବାଦ ଜଣାଉଛି। 

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏହା ସମ୍ବର୍ଦ୍ଧନା ସଭା ନୁହେଁ। ଏହା ଧନ୍ୟବାଦ ସଭା। ସରକାର ପରିବର୍ତ୍ତନ ପ୍ରକ୍ରିୟାର ଅଗ୍ର ଭାଗରେ ଯାଜପୁର ଥିଲା ଏବଂ ସେଥିରେ ଆମେ ସଫଳ ହୋଇଛେ। ଲୋକେ ଭାବିନଥିଲେ ଯାଜପୁରରେ ପରିବର୍ତ୍ତନ ହେବ । ଭଗବାନ କେବେ ଗର୍ବ ଅହଙ୍କାର ସହି ନାହାନ୍ତି। ମାଆ ବିରଜା ଏହା ସହିଲେ ନାହିଁ। ଲୋକଙ୍କୁ ପୋକ ମାଛି ଭଳି ଭାବୁଥିଲେ। ପଇସା ଦେଇ ଆଣୁଥିଲେ। ୨୦୨୪ରେ ସେମାନଙ୍କୁ ଜବାବ ଦେଲେ ଲୋକମାନେ। ସରକାର ପରେ ସରକାର ଆସିଛି। ୭୮ବର୍ଷ ପରେ ବିଜେପିକୁ ଏକାକୀ କ୍ଷମତା ମିଳିଛି। ବିଜେପି ଯାହା କହେ ତାହା କରି ଦେଖାଏ। ସରକାରଙ୍କୁ ଆସିବା ପରେ ସଙ୍କଳ୍ପପତ୍ର ଅନୁସାରେ ପ୍ରତିଶ୍ରୁତି ପାଳନ ହେଉଛି। ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଛୁ କରି ଦେଖାଇବୁ। ଧାନର ସହାୟକ ବଢିବା ପରେ ଚାଷୀ ସମୃଦ୍ଧ ହେଉଛି। ରତ୍ନଭଣ୍ଡାର ଖୋଲି ସାରିଛି। ମରାମତି ଶେଷ ହୋଇଛି। ଏବେ ଗଣତି ହେବ ଜଣାପଡ଼ିବ। ଜଳସେଚନ ଶତପ୍ରତିଶତ କରିବାକୁ ଲକ୍ଷ ରଖୁଛି ସରକାର। ୧୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ଆସିଛି, ଆଉ ୧୦ ଲକ୍ଷ କୋଟି ପୁଞ୍ଜି ଆସିବ। ଅନ୍ୟମାନେ କଣ କରିଥିଲେ ତାଲିକା ଲେଖି ଦିଅନ୍ତୁ ଆମେ ୧୫ ମାସରେ କଣ କରିଛୁ ଲୋକ ଜାଣିଛନ୍ତି। ଆମେ ହିସାବ ଦେଇପାରିବୁ ସେମାନେ ଦେଇପାରିବେନି। ସ୍ବପ୍ନ ଦେଖିଲେ ହେବନି ଯୋଜନା କରିବାକୁ ହେବ ଏବଂ କ୍ରୀୟନ୍ଵୟନ କରିବାକୁ ହେବ। ୭୮ ବର୍ଷରେ ଯାହା ହୋଇନି ତାହା ୫ ବର୍ଷରେ ହେବ। ଧର୍ମଶାଳା ଲୋକେ ଅସମ୍ଭବ ଭାବୁଥିଲେ। ସରକାର ଗଠନରେ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ଯାଜପୁରକୁ ମୁଁ ଧନ୍ୟବାଦ ଜଣାଉଛି।