ଦେଓଗାଁ: ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ସାଇକେଲ ଆରୋହୀଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଛି। ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଭକ୍ତି ସାହୁ। ଏହି ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତପୂରଣ ଦାବି ନେଇ ରାସ୍ତା ଅବବୋଧ କରିଛନ୍ତି। 

Advertisment

ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ-ସଇତଲା ରାସ୍ତା ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ବଙ୍ଗଳାଛକ ନିକଟରେ କାମ ସାରି ଫେରୁଥିବା ସଇତଲା ଥାନା ଜଲିଆ ଗାଁର ଶ୍ରମିକ ଭକ୍ତି ସାହୁଙ୍କୁ ଦ୍ରୁତଗତିରେ ଥିବା କାର ଧକ୍କା ଦେଇଥିଲା। ଘଟଣସ୍ଥଳରେ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଗାଡ଼ିଟି ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକ କାବୁ କରିଥିଲେ। ଚାଳକକୁ ଅଟକ ରଖି ପୁଲିସ ନିକଟରେ ଜିମା ଦେଇଥିଲେ।

ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ-ସଇତଲା ରାସ୍ତା ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ବଙ୍ଗଳାଛକ ନିକଟରେ କାମ ସାରି ଫେରୁଥିବା ସଇତଲା ଥାନା ଜଲିଆ ଗାଁର ଶ୍ରମିକ ଭକ୍ତି ସାହୁଙ୍କୁ ଦ୍ରୁତଗତିରେ ଥିବା କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଭକ୍ତିଙ୍କ ମୃତ୍ୟୁ ହୋଇଥିଲା।

publive-image

ସୂଚନାଯୋଗ୍ୟ, ଭକ୍ତି ସାହୁ ଜଣକ ଦେଓଗାଁ ରେଳ ବ୍ରିଜ ନିକଟରେ କାମ କରି ଫେରୁଥିଲେ। ଏହି ସମୟରେ ସେ ଦୁର୍ଘଟଣାର ସାମ୍ନା କରିଥିଲେ। ତାଙ୍କର ଉପରେ କାର ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶ୍ରମିକମାନଙ୍କ ସହ ସ୍ଥାନୀୟ ଲୋକେ ୨୬ ଜାତୀୟ ରାଜପଥ ୨୬ ଉପରେ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି। ଘଟଣାସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଗାଡ଼ି ମାଲିକ ତଥା ଡ୍ରାଇଭର ଲୋକନାଥ ସାହୁକୁ ଅଟକ ରଖିଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିବା ବେଳେ ଜରୁରୀ କାମରେ ଥିବା ଲୋକେ ହଇରାଣ ହେଉଛନ୍ତି।

Accident