ପୁରୀ: ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ। ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର। ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯାଉଛି। ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ।
ବିମଳା ମନ୍ଦିର ନିକଟକୁ ମଦନମୋହନ ଆସିବା ପୂର୍ବରୁ ସେଠାରେ ପହଞ୍ଚିବେ ମା’ ଲକ୍ଷ୍ନୀ। ଏହାପରେ ମାଜଣା କରାଯାଇ ରୁକ୍ମିଣୀ ହରଣ ନୀତି କରାଯିବ । ତେବେ ସନ୍ଧ୍ୟା ଧୂପ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବିଶ୍ୱ ନିୟନ୍ତାଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ସେପଟେ ଶ୍ରୀମନ୍ଦିରର ଚାରିଦ୍ୱାରରେ ତେଲିଙ୍ଗି ବାଜା ଓ ତୁରୀ ବାଜିବା ସହ ଧୁମଧାମରେ ଶ୍ରୀମନ୍ଦିରରେ ଏହି ବିବାହ ଉତ୍ସବ ପାଳନ କରାଯାଉଛି । ନୀତି ପାଇଁ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।

ଏହାସହ ମହାପ୍ରଭୁଙ୍କ ନିମନ୍ତେ ଶ୍ରୀମନ୍ଦିରରେ ପହଞ୍ଚିଛି ବାସୁଙ୍ଗା ପାଟ । ଭୁବନେଶ୍ୱରର ସହିଦ ନଗର ସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ କାର୍ଯ୍ୟାଳୟରୁ ୩୫୦ କେଜି ବାସୁଙ୍ଗା ପାଟ ପଠାଯାଇଛି । ୧୯୮୧ ମସିହାରୁ ସେରିଫେଡ୍ ପକ୍ଷରୁ ଏହା ଯୋଗାଇ ଦିଆଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତିରେ ଯାଇଛି ବାସୁଙ୍ଗା ପାଟ । ଏହି ସ୍ବତନ୍ତ୍ର ପାଟରେ ଶ୍ରୀଜିଉଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ ହୋଇଥାଏ ।
puri jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/06/tHPAFYU2jQAKJtRAwmGy.jpg)