କୋରାପୁଟ: ଦୀର୍ଘ ୧୫ଦିନ ରହଣି ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ଏସ ଏସ ରାଜାମୌଳୀ, ଅଭିନେତା ମହେଶ ବାବୁ ଓ ବଲିଉଡର ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା କୋରାପୁଟରୁ ବିଦାୟ ନେଇଛନ୍ତି। ସେମାନେ ଏଠାରେ  ‘ଏସଏସଏମବି-୨୯’ ସୁଟିଂ ଶେଷ କରି ଫେରିଥିବା ଜଣାଯାଇଛି। ଫେରିବା ପୂର୍ବରୁ ଏକ ବିଦାୟ କାଳୀନ ସଭା ଭଳି ପରିବେଶ ଦେଖିବାକୁ ମିଳିଥିଲା ସୁଟିଂ ସେଟରେ। ତଲମାଲି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ଆକବରମା ସସ୍ୟା ରେଡ୍ଡୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ, ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। 

Advertisment

ଫିଲ୍ମ ଟିମ୍ ପକ୍ଷରୁ ନିର୍ଦ୍ଦେଶକ ଏସଏସ ଏସ ଏସ ରାଜାମୌଳୀ, ବଲିଉଡ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ନିଜ ହାତ ଲେଖାରେ କୋରାପୁଟର ଅପୂର୍ବ ସୌନ୍ଦର୍ଯ୍ୟ, ଏଠାକାର ବାସିନ୍ଦାଙ୍କ ବେଶ ଭଲ ପାଇବା ଦେବା ଆତିଥ୍ୟକୁ ଭୁଲି ହେବନି ବୋଲି ଜଣାଇଛନ୍ତି। ଦୀର୍ଘ ୧୫ଦିନ ୫ସହ ଜଣିଆ ଟିମ୍ ଆଗାମୀ ଫିଲ୍ମ ପାଇଁ ଯାହା ଯାହା ସିନ ଆବଶ୍ୟକ ସେ ସମସ୍ତ ସିନ ସୁଟ କରି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲେ। ସାଉଥ୍ ଫିଲ୍ମ ସୁଟକୁ ନେଇ କୋରାପୁଟ ଜିଲ୍ଲାର ତଲମାଳି ଓ ଦେଓମାଳି ଚଳଚଞ୍ଚଳ ଥିଲା।

ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଥିଲା। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଥିଲା। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା ତଥା ହଲିଉଡ୍‌ରେ କମାଲ କରିଥିବା ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା କୋରାପୁଟରେ ପହଞ୍ଚିଥିଲେ। ବାହୁବଳୀ, ଆର୍‌ଆର୍‌ଆର୍‌ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ତେଣୁ ସୁଟିଂକୁ ନେଇ ଜିଲ୍ଲାରେ ପ୍ରବଳ ଉତ୍କଣ୍ଠ ଦେଖିବାକୁ ମିଳିଥିଲା। ଆକ୍ସନ୍‌ ଏବଂ ଥ୍ରିଲର୍‌ ସିନେମା ନିମନ୍ତେ ବହୁ ପୂର୍ବରୁ ପ୍ରଯୋଜନା ସଂସ୍ଥା ଉକ୍ତ ସାଇଟ୍‌କୁ ଚୟନ କରିଥିଲା। ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତି ନେବା ପରେ ଫିଲ୍ମ ୟୁନିଟ୍‌ର ସଦସ୍ୟମାନେ ପହଞ୍ଚି ସେଟ୍‌ ନିର୍ମାଣ ଆରମ୍ଭ କରିଥିଲେ। 

ସୂଚନାଯୋଗ୍ୟ, ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଥିଲା। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଥିଲା। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା ତଥା ହଲିଉଡ୍‌ରେ କମାଲ କରିଥିବା ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା କୋରାପୁଟରେ ପହଞ୍ଚିଥିଲେ। ବାହୁବଳୀ, ଆର୍‌ଆର୍‌ଆର୍‌ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ତେଣୁ ସୁଟିଂକୁ ନେଇ ଜିଲ୍ଲାରେ ପ୍ରବଳ ଉତ୍କଣ୍ଠ ଦେଖିବାକୁ ମିଳିଥିଲା। ଆକ୍ସନ୍‌ ଏବଂ ଥ୍ରିଲର୍‌ ସିନେମା ନିମନ୍ତେ ବହୁ ପୂର୍ବରୁ ପ୍ରଯୋଜନା ସଂସ୍ଥା ଉକ୍ତ ସାଇଟ୍‌କୁ ଚୟନ କରିଥିଲା। ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତି ନେବା ପରେ ଫିଲ୍ମ ୟୁନିଟ୍‌ର ସଦସ୍ୟମାନେ ପହଞ୍ଚି ସେଟ୍‌ ନିର୍ମାଣ ଆରମ୍ଭ କରିଥିଲେ।

mk 

ଲୋକେସନ୍‌ ଆଖପାଖକୁ କାହାରିକୁ ଛଡ଼ା ଯାଉନି। ମାର୍ଚ୍ଚ ୧ରୁ ୨୦ ପର୍ଯ୍ୟନ୍ତ ସୁଟିଂ ନିମନ୍ତେ ଅନୁମତି ଦିଆଯାଇଛି ବୋଲି କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ କହିଥିଲେ। ଯଦି ପ୍ରଯୋଜନା ସଂସ୍ଥା ଆବଶ୍ୟକ ମନେ କରନ୍ତି, ତେବେ ଅଧିକ ଦିନ ପାଇଁ ଅନୁମତି ଦିଆଯିବ। ବିଗ୍ ବଜେଟ୍‌ର ବଡ଼ ସିନେମା କୋରାପୁଟ ଜିଲ୍ଲାରେ ସୁଟିଂ ହେବା ନିଶ୍ଚିତ ରୂପେ ଜିଲ୍ଲାର ପର୍ଯ୍ୟଟନଶିଳ୍ପ ଲାଗି ବିକାଶର ମାର୍ଗ ଖୋଲିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଫିଲ୍ମ ୟୁନିଟ୍‌ର ପ୍ରାୟ ୫୦୦ ଜଣିଆ ସଦସ୍ୟ ତଳମାଳି, ସେମିଳିଗୁଡ଼ା ଓ ଦାମନଯୋଡ଼ିରେ ରହୁଥିଲେ।