ଭୁବନେଶ୍ବର: ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଲୋକପ୍ରିୟତା ସାଉଁଟିଛି। ଏଥିରେ ବରବେଶରେ ଥିବା ଜଣେ ଯୁବ ସାମ୍ବାଦିକ ବରଯାତ୍ରୀ ଯାଉଥିବା ବେଳେ କାରରୁ ଓହ୍ଲାଇ ପଛରୁ ଆସିଥିବା ଏକ ଆମ୍ବୁଲାନ୍ସକୁ ବାଟ କଡ଼େଇ ନେଉଥିବାର ଦେଖିବାକୁ ମିଳିଛି। ଏହି ଘଟଣା ସମୟର ଦୃଶ୍ୟକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ସୋସିଆଲ ମିଡିଆରେ ସେଆର୍ କରିଛନ୍ତି।
ବରଯାତ୍ରୀ ଯାଉଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ। ଏହା ଦେଖିବା ମାତ୍ରେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସ କେମିତି ସୁବିଧାରେ ଯିବ ବ୍ୟବସ୍ଥା କରିଥିଲେ ନିଜେ ବର ଜଣକ। ବରବେଶରେ ଥିବା ବ୍ୟକ୍ତି ହେଉଛନ୍ତି ଯୁବ ସାମ୍ବାଦିକ ସମ୍ବିତ। ଉତ୍ତମ ନାଗରିକର କର୍ତ୍ତବ୍ୟ ନିର୍ବାହ କରିଥିବାରୁ ତାଙ୍କୁ ଅଶେଷ ସାଧୁବାଦ ଓ ଶୁଭକାମନା।
ଏସଟିଏ ପକ୍ଷରୁ ଲେଖାଯାଇଛି, ବରଯାତ୍ରୀ ଯାଉଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ। ଏହା ଦେଖିବା ମାତ୍ରେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସ କେମିତି ସୁବିଧାରେ ଯିବ ବ୍ୟବସ୍ଥା କରିଥିଲେ ନିଜେ ବର ଜଣକ। ବରବେଶରେ ଥିବା ବ୍ୟକ୍ତି ହେଉଛନ୍ତି ଯୁବ ସାମ୍ବାଦିକ ସମ୍ବିତ। ଉତ୍ତମ ନାଗରିକର କର୍ତ୍ତବ୍ୟ ନିର୍ବାହ କରିଥିବାରୁ ତାଙ୍କୁ ଅଶେଷ ସାଧୁବାଦ ଓ ଶୁଭକାମନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/19/fDu9cBenJcxZbqDsHSq2.png)