ଭୁବନେଶ୍ବର: ରାଜ୍ୟରେ ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା ଲାଗୁ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ବିଜ୍ଞପତି ଜାରି ହୋଇଛି। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ବଦଲାଇ ‘ପଞ୍ଚସଖା ଶିକ୍ଷା ସେତୁ ସଂଗଠନ’ ନାମରେ ନାମିତ କରାଯାଇଛି। ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସମସ୍ତ ଅଧିକାର ଏବଂ ପାଣ୍ଠି ଓ କର୍ମଚାରୀଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନକୁ ଆଇନ ଗତ ଭାବେ ହସ୍ତାନ୍ତର କରାଯିବ। ଏହି ସଂଗଠନର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ। କମିଟିର ପରିଚାଳନା ପାଇଁ ଏକ କମିଟି ଗଠନ ହେବ। ଶିକ୍ଷାବିତ୍‌, ଜନ ପ୍ରତିନିଧି, ବୈଜ୍ଞାନିକ, ପ୍ରତିଷ୍ଠିତ ବ୍ୟକ୍ତି, କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତି ଏବେ ଚଳଚିତ୍ର କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ରାଜ୍ୟସ୍ତରୀୟ କମିଟି ହେବ। 

Advertisment

ଏହି ଖବର ପଢ଼ନ୍ତୁ: ବିଲ୍ କରାଇ ଦେବାକୁ କହି ୫ ହଜାର ଲାଞ୍ଚ ନେଉଥିଲେ

ରାଜ୍ୟସ୍ତରୀୟ କମିଟିରେ ଗଣ ଶିକ୍ଷା ବିଭାଗର ସଚିବ ନିଯୁକ୍ତି ହେବେ। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ କମିଟି ଗଠନ ହେବ। ଦୁଇଟି ଉତ୍ସରୁ ପାଣ୍ଠି ଆସିବ। ଦାତା ଏବଂ ସରକାର ଅର୍ଥ ଦେବେ। ଦାତାଙ୍କ ଦୁଇ ଗୁଣା ଦେବେ ସରକାର। ଦାତାଙ୍କ ଠାରୁ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଗ୍ରହଣ କରାଯାଇପାରିବ। ପରିଷ୍କାର, ପରିଛନ୍ନତା ଏବଂ ରକ୍ଷଣାବେକ୍ଷଣ ପାଇଁ ନୁଯୁକ୍ତି ବ୍ୟବସ୍ଥା ରହିବ। 

ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ନିବେଶକ ହରାଇଲେ ୯ ଲକ୍ଷ କୋଟି

ରାଜ୍ୟରେ ସରକାର ବଦଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ମୋ ସ୍କୁଲ ଅଭିଯାନ’ ନାଁ ବଦଳାଇଛି। ୨୦୧୭ରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ ଅଭିଯାନ’ ନାଁ ବଦଳି ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’ ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୋ ସ୍କୁଲ ନାଁ’କୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ଜୟ ଶାହଙ୍କ ପରେ ବିସିସିଆଇ ସଚିବ ଆସନରେ ବସିବେ ଏହି ବ୍ୟକ୍ତି !

ସେହିପରି ଅର୍ଥ ବଦଳରେ ଦାତା ସ୍କୁଲ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକୀୟ ସାମଗ୍ରୀ ଦେଇପାରିବେ। ପଞ୍ଚସଖା ଶିକ୍ଷା ସେତୁ ପାଇଁ ଆର୍ଥିକ ଅବଦାନ ଚେକ, ୱେବ ସାଇଟ ଏବଂ ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବ। ଦାନ ପାଇଁ ଆଧାର ଏବଂ ପାନ ନଂ ପ୍ରଦାନ କରିବାକୁ ପଡ଼ିବ। ପ୍ରବାସୀ ଭାରତୀୟମାନେ ପାସପୋର୍ଟର ବିବରଣୀ ଦେଇ ଅର୍ଥ ପ୍ରଦାନ କରିବେ। ଏକକାଳୀନ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ପ୍ରଦାନ ପାଇଁ ଜିଲ୍ଲା ସ୍ତରୀୟ କମିଟି ସହ ପରାମର୍ଶ କରିବାକୁ ପଡ଼ିବ। ଏକ ବର୍ଷ ସରିବାର ଛଅ ମାସ ମଧ୍ୟରେ ଗଣଶିକ୍ଷା ବିଭାଗକୁ କମିଟି ରିପୋର୍ଟ ଦେବ। 

ଏହି ଖବର ପଢ଼ନ୍ତୁ: କଲବଲ କରୁଛି ବର୍ଷା-ଶୀତ