ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି।
ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୨୭୫୩ ଜଣ ବହୁମୁଖି ମହିଳା ସ୍ବାସ୍ଥ୍ୟକର୍ମୀ, ୧୧୦ ଜଣ ଆୟୁର୍ବେଦିକ ଅଧିକାରୀ, ୧୦ ଜଣ ହୋମିଓପାଥିକ୍, ୫ ଜଣ ଆୟୁଷ କନିଷ୍ଠ ସହାୟକ, ୧୧୮ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ ଓ ୧୨ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ୫୭ ଜଣ ଅମୀନ, ୧୦୪ ଜଣ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ୮୯୪ ଜଣ ଶିକ୍ଷକ ଓ ଅଧ୍ୟକ୍ଷ, ୧୭୯୮ ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ୭୩ ଜଣ କନିଷ୍ଠ ସହାୟକ, ୨ ଜଣ ସମୀକ୍ଷକ, ୩୭ ଜଣ ଯୋଗାଣ ନିରୀକ୍ଷକ, ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ, ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ, ୩୪ ଜଣ ହିସାବ ରକ୍ଷକ, ୧୨ ଜଣ ଅମିନ, ୧୭ ଜଣ କନିଷ୍ଠ, ୨ ଜଣ କନିଷ୍ଠ ହିସାବ ରକ୍ଷକ ଅଛନ୍ତି।
/sambad/media/media_files/2025/02/07/nijukti-mela2.jpg)
ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ଆଜି ୮୯୪ ଜଣ ଶିକ୍ଷକ ଓ ଅଧ୍ୟକ୍ଷ, ୧୭୯୮ ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପଦବି ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି।
/sambad/media/media_files/2025/02/07/nijukti-mela.jpg)
ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ନିଯୁକ୍ତି ମେଳା ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/07/f3cbcb49-8a22-4f48-9b79-087568b7d4a6.jpg)