ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, କଟକ ଓ ପୁରୀବାସୀଙ୍କୁ ସୁଲଭ ମୁଲ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଅଟୋ ଓ କାର୍ ସେବା ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି। ଏନେଇ ରାଜ୍ୟ ପରିବହନ କମିସନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନ୍ଲାଇନ୍ ଟ୍ୟାକ୍ସି ସଂଘ, ଅଟୋ ମହାସଂଘ ଓ କ୍ୟାବ୍ ସଂଘ ଉପସ୍ଥିତ ଥିଲେ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭଡ଼ା ଓ ସୁରକ୍ଷା ସଂପର୍କିତ ଚର୍ଚ୍ଚା ହୋଇଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ବର ଓ କଟକରେ ଏବେ ଘରୋଇ କଂପାନି ଦ୍ବାରା ଅନ୍ଲାଇନ୍ ଅଟୋ ଓ କାର୍ ସେବା ମିଳିପାରୁଛି। ପୁରୀରେ ଯାତ୍ରୀଙ୍କୁ ଘରୋଇ ଅଟୋ ଓ କାର ଭଡ଼ାରେ ନେବାକୁ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ଘରୋଇ କଂପାନି ଦ୍ବାରା ଅନ୍ଲାଇନ ସେବା ନେବା ଦ୍ବାରା ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବେଳେ ବେଳେ ଘରୋଇ କଂପାନୀ ଦ୍ବାରା ପରିଚାଳିତ ଅନ୍ଲାଇନ୍ ଅଟୋ ଓ କାର ସେବାରେ ଗ୍ରାହକଙ୍କୁ ହଇରାଣ ହେବାକୁ ପଡୁଛି।
ରାତି ୧୦ଟା ପରେ ଅନେକ ସମୟରେ ଅନ୍ଲାଇନ୍ ଅଟୋ ଓ କାରର ଚାଳକ ବୁକିଂକୁ ରଦ୍ଦ କରିଦେଇଥାନ୍ତି। ଏହିଭଳି ସ୍ଥିତିରେ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଥାଏ। ଘରୋଇ ଅଟୋ ଓ କାରରେ ଯିବାକୁ ହୋଇଥାଏ, ଯେଉଁଥି ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ।
ସେହିପରି ଘରୋଇ ଅଟୋ ଓ କାର୍ରେ ମଧ୍ୟ ସମାନ ଅବସ୍ଥା। ତେଣୁ ସରକାରୀ ବ୍ୟବସ୍ଥାରେ ଅନ୍ଲାଇନ୍ ଅଟୋ ଓ କାର୍ ସେବା ମିଳିବା ଦ୍ବାରା ଲୋକେ ସୁଲଭ ମୂଲ୍ୟରେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ବୋଲି ଆଶା କରାଯାଉଛି। ଭୁବନେଶ୍ବର, କଟକ ଓ ପୁରୀରେ ମୋ ବସ୍ ସେବା ଜାରି ରହିଛି। ଏହି ସେବା ଦ୍ବାରା ଯାତ୍ରୀମାନଙ୍କୁ ଅନ୍ୟ ଘରୋଇ ବସ୍ ତୁଳନାରେ କମ୍ ଖର୍ଚ୍ଚାନ୍ତ ହେବାକୁ ପଡୁଛି।