ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷର ଆଚାର୍ଯ୍ୟ ପ୍ରଶିକ୍ଷଣ ୫ଟି ପ୍ରଶିକ୍ଷଣ କେନ୍ଦ୍ରରେ ୫ଟି ସ୍ତର ଆଧାରରେ ଡିସେମ୍ବର ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆ ବଜାର ଭଦ୍ରକଠାରେ ଶିଶୁ ବାଟିକା ପ୍ରଶିକ୍ଷଣରେ ୮୪  ଆଚାର୍ଯ୍ୟ ଆଚାର୍ଯ୍ଯା , ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, ମାଧବ ଧାମ, କେନ୍ଦୁଝରରେ ମୌଳିକ ସ୍ତର (୧ମ ଓ ୨ୟଶ୍ରେଣୀ) ପ୍ରଶିକ୍ଷଣରେ ୧୧୨ ସଂଖ୍ୟକ ଆଚାର୍ଯ୍ୟ-ଆଚାର୍ଯ୍ଯା, ପ୍ରଶିକ୍ଷଣ ମନ୍ଦିର, ଜୟପୁରଠାରେ ପ୍ରସ୍ତୁତି ସ୍ତର(୩ୟରୁ ୫ମ ଶ୍ରେଣୀ) ପ୍ରଶିକ୍ଷଣରେ ୧୪୭  ଆଚାର୍ଯ୍ୟ-ଆଚାର୍ଯ୍ଯା, ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, ବାଲେଶ୍ଵରଠାରେ ମଧ୍ୟ ସ୍ତର (୬ଷ୍ଠରୁ ୮ମ) ପ୍ରଶିକ୍ଷଣରେ ୧୦୧ ସଂଖ୍ୟକ ଆଚାର୍ଯ୍ୟ-ଆଚାର୍ଯ୍ଯା ଓ ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, କେଶବଧାମ, କଟକଠାରେ ମାଧ୍ୟମିକ ସ୍ତର (୯ମ ଓ ୧୦ମ ) ପ୍ରଶିକ୍ଷଣରେ ୬୮ ୫ଟି ସ୍ଥାନରେ ୧୮୦ ଆଚାର୍ଯ୍ୟ ଓ ୩୩୨  ଆଚାର୍ଯ୍ଯା ସର୍ବମୋଟ ୫୧୨ ସଂଖ୍ୟକ ଆଚାର୍ଯ୍ୟ-ଆଚାର୍ଯ୍ଯା ପ୍ରଶିକ୍ଷଣ ନେଉଛନ୍ତି। ଆସନ୍ତା ୨୦ ଡିସେମ୍ବରରେ ପ୍ରଶିକ୍ଷଣ ସମାପିତ ହେବ।

Advertisment

ୁୀୂ

ବିଦ୍ଯା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନାରେ ମୋଟ୍ ୯୯୬ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚାଲୁଛି। ପ୍ରତିବର୍ଷ ଆଚାର୍ଯ୍ୟମାନଙ୍କ ଶୈକ୍ଷିକ ବିକାଶ, ଗୁଣବତ୍ତା, କାର୍ଯ୍ଯ କୁଶଳତା ଓ ଦକ୍ଷତା ବୃଦ୍ଧିପାଇଁ ଆଚାର୍ଯ୍ୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥାଏ।