ରିଆମାଳ: ଦେବଗଡ଼ ଜିଲ୍ଳା ରିଆମାଳସ୍ଥିତ ନବଦିଗନ୍ତ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ସାମ୍ବତ୍ସରିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ କବି ସମ୍ମିଳନୀ ତଥା ସାରସ୍ବତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଦୂର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପଣ୍ଡିତ ଜଳନ୍ଧର ଦାଶ, ସମ୍ପାଦକ ଅଧ୍ୟାପକ ଗୋଲବଦନ ବିଶ୍ୱାଳଙ୍କ ତତ୍ବାବଧାନରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ଼ ୮ଟି ଜିଲ୍ଲାରୁ ଶତାଧିକ କବି କବୟତ୍ରୀ ଯୋଗ ଦେଇ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଜିଲ୍ଲାର ବିଶିଷ୍ଟ ମ୍ୟୁଜିକସିଆନ୍ ଗୁରୁ ପ୍ରେମାନନ୍ଦ ସ୍ବାଇଁ, ଛାତ୍ରୀ ସାଇସିଦ୍ଧି ମିଶ୍ର, ମନୀଷା ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ, ସୁଦୀପ୍ତାଶ୍ରୀ ପ୍ରଧାନ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ସହିତ ସ୍ବାଗତ ଗୀତ ପରିବେଷଣ କରିଥିଲେ। ଛାତ୍ରୀ ସାଈପ୍ରଜ୍ଞା, ମଧୁସ୍ମିତା ଓ କୁମାଳ ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ କୁଇନ୍ ସିଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ଅଧିବେଶନରେ ଉପସଭାପତି ବାଲ୍ମିକୀ ଚରଣ ଲୁହାଙ୍କ ଆବାହକତ୍ବରେ ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାପାତ୍ର ସଭାମୁଖ୍ୟ, ଜଗନ୍ନାଥ ସାହିତ୍ୟ ସଂସଦର ସଭାପତି ଡ଼ ଭାରତ ଭୂଷଣ ନନ୍ଦ ପ୍ରମୁଖ ଅତିଥି, ବିଶିଷ୍ଟ ସାହିତ୍ୟିକ ଓ ସେବା ନିବୃତ୍ତ ପ୍ରଶାସକ ମୁରଲୀଧର ନାୟକ ବିଶିଷ୍ଟ ଅତିଥି, ଜଗନ୍ନାଥ ସାହିତ୍ୟ ସଂସଦର ସମ୍ପାଦକ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସଂସଦରେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ପଦ୍ମିନୀ ସାହୁ ସଂଯୋଜନା କରିଥିଲେ। ଦ୍ବିତୀୟ ଅଧିବେଶନରେ ସଂସଦର ସଭାପତି ପଣ୍ଡିତ ଶ୍ରୀ ଦାଶଙ୍କ ସଭାପତିତ୍ବରେ ସାରସ୍ଵତ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସମ୍ପାଦକ ଅଧ୍ୟାପକ ଗୋଲବଦନ ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ଅତିଥି ପରିଚୟ ଦେଇ ସ୍ବାଗତ ଭାଷଣ ସହ ସଂଯୋଜନା କରିଥିଲେ। ନାକଟିଦେଉଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ ମୁଖ୍ୟ ଅତିଥି, ତାଳଚେର ବର୍ଣ୍ଣାଳୀ ସାହିତ୍ୟ ସଂସଦର ସମ୍ପାଦିକା ରତ୍ନପ୍ରଭା ବାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ସଂସଦର ବାର୍ଷିକ ମୁଖପାତ୍ର "ଆହ୍ବାନ" ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଚଳିତ ବର୍ଷ ସାରସ୍ଵତ ପ୍ରତିଭା ସମ୍ମାନରେ-ନାକଟିଦେଉଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଶ୍ରେଷ୍ଠ ସାରସ୍ଵତ ସାଧିକା ସମ୍ମାନରେ- ତାଳଚେର ବର୍ଣ୍ଣାଳୀ ସାହିତ୍ୟ ସଂସଦର ସମ୍ପାଦିକା ରତ୍ନପ୍ରଭା ବାଇ, ନବଦିଗନ୍ତ କବିତା ସମ୍ମାନରେ କବୟିତ୍ରୀ ଈପସିତା ପ୍ରିୟ ଦର୍ଶିନୀ ପରିଡ଼ା, ଆଦର୍ଶ ଶିକ୍ଷକ ସମ୍ମାନରେ ବାରକୋଟ ବ୍ଲକ୍ ବାଲିଆପାଳ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ ବେହେରା, ଶିକ୍ଷା ଜ୍ୟୋତି ସମ୍ମାନରେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଈଶ୍ବର ଚନ୍ଦ୍ର ସାହୁ,ଶିକ୍ଷାନିଧି ସମ୍ମାନରେ ଧରଣୀଧର ନାଏକ, ଶ୍ରେଷ୍ଠ ପ୍ରଧାନ ଶିକ୍ଷୟତ୍ରୀ ଖିଲେଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟୁଲତା ସାହୁ, ଶ୍ରେଷ୍ଠ ସମାଜସେବୀ ନାକଟିଦେଉଳର ପ୍ରଦୀପ ବିଶ୍ବାଳଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।ସଂସଦର ଯୁଗ୍ମ ସମ୍ପାଦକ ଶମ୍ଭୁଲାଲ ଅଗ୍ରୱାଲ,ମଦନ ବେହେରା, ତ୍ରିଲୋଚନ ବେହେରା,ସୌଭାଗ୍ୟ ପାତ୍ର , ସନ୍ତୋଷ କୁମାର ସାହୁ ସମେତ ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିରେ ଶତାଧିକ କବି, କବୟତ୍ରୀ ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/19/h3TYa1tKA7V9Ih56EWAe.jpg)
