ଭୁବନେଶ୍ବର: ରାଷ୍ଟ୍ର ଜୀବନରେ ଆମ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ରାଷ୍ଟ୍ର ପାଇଁ ସମର୍ପିତ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଆମେ ସଦା ତତ୍ପର ଅଛୁ। ଆମେ କାର୍ଯ୍ୟକାରିଣୀ ସଦସ୍ୟ ସଙ୍ଗଠନର ମୁରବି ତଥା ପିତାଙ୍କ ପରି ଭୂମିକା ନିର୍ବାହ କରିବା ଆବଶ୍ୟକ। ଶିକ୍ଷା ବିକାଶ ସମିତି ଓଡ଼ିଶାର କାର୍ଯ୍ୟକାରିଣୀ ବୈଠକରେ ଏଭଳି ମତପ୍ରକାଶ ପାଇଛି।
ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, କେଶବଧାମ, କଟକଠାରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ପ୍ରାଦେଶିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧ୍ୟକ୍ଷ ଡ଼. କିଶୋର ଚନ୍ଦ୍ର ମହାନ୍ତି, ସମ୍ପାଦକ ଡ଼. ସରୋଜ କୁମାର ହାତୀ , ସଙ୍ଗଠନ ମନ୍ତ୍ରୀ ତାରକଦାସ ସରକାର ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଗରିମାମୟ ଉପସ୍ଥିତ କାର୍ଯ୍ୟକ୍ରମକୁ ମହିମା ମଣ୍ଡିତ କରିଥିଲା। ବୈଠକର ଅୟମାରମ୍ଭ ପୂର୍ବରୁ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ସହ ସମ୍ପାଦକ କୈଳାସ ଚନ୍ଦ୍ର ମହାନ୍ତ ଦିବ୍ଯଗଂତ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ସମ୍ପାଦକ ଡ଼. ସରୋଜ କୁମାର ହାତୀ ମଞ୍ଚାସୀନ କାର୍ଯ୍ୟକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଙ୍ଗଠନ ମନ୍ତ୍ରୀ ତାରକଦାସ ସରକାର କାର୍ଯ୍ୟକାରିଣୀ ବୈଠକର ପ୍ରସ୍ତାବନା ରଖିଥିଲେ।
ସେହିପରି ସମାପନ କାର୍ଯ୍ୟକ୍ରମରେ ଡ଼. କିଶୋର ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଡ଼ ସରୋଜ କୁମାର ହାତୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ବିଦ୍ୟାଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ପର୍ଦ୍ଧୀ ତାଙ୍କ ଦୁର୍ଲଭ ମାର୍ଗଦର୍ଶନରେ ବ୍ୟକ୍ତ କରିଥିଲେ କି "ରାଷ୍ଟ୍ର ସର୍ବୋପରି। ରାଷ୍ଟ୍ର ଜୀବନରେ ଆମ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ରାଷ୍ଟ୍ର କାର୍ଯ୍ୟ ପାଇଁ ସମର୍ପିତ ହେବା ଆବଶ୍ୟକ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଆମେ ସଦା ତତ୍ପର ହେବା ଉଚିତ। କାର୍ଯ୍ୟକାରିଣୀ ସଦସ୍ୟ ସଙ୍ଗଠନର ମୁରବି ତଥା ପିତାଙ୍କ ପରି ଭୂମିକା ନିର୍ବାହ କରିବା ଆବଶ୍ୟକ।ଆମ ଦିଶା ଓ ଦୃଷ୍ଟି ବଦଳିଲେ ସମାଜ ବଦଳି ଯିବ।" ସେହିପରି ଡ଼. ମହାନ୍ତି ତାଙ୍କ ଅଧ୍ୟକ୍ଷ ଅଭିଭାଷଣରେ କହିଥିଲେ "ଜୀବନର କିଛି ସମୟ ସମାଜ ସେବାରେ ଉତ୍ସର୍ଗ କଲେ ଜୀବନ ସାର୍ଥକ ହୁଏ। ସଙ୍ଗଠନର ସମ୍ପାଦକ ଡ଼ ସରୋଜ କୁମାର ହାତୀ ସଭାସଦ୍ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଦୀର୍ଘ ଦୁଇ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ୧୫ ଟି ପ୍ରମୁଖ ବିଷୟରେ ମାନସ ମନ୍ଥନ ହୋଇଥିଲା। ଯେପରି ପୂର୍ବ କାର୍ଯ୍ୟକାରିଣୀ ବୈଠକର ବିବରଣୀ ପଠନ ଓ ସମୀକ୍ଷା, ସଙ୍ଘ ଶତାବ୍ଦୀ ବର୍ଷର ପାଞ୍ଚ ପରିବର୍ତ୍ତନ ବିଷୟ ଯଥା- ପରିବାର ପ୍ରବୋଧନ, ପର୍ଯ୍ଯାବରଣ, ସାମାଜିକ ସମରସତା, 'ସ୍ଵ' ଆଧାରିତ ଜୀବନ ଶୈଳୀ ଓ ନାଗରିକ କର୍ତ୍ତବ୍ୟବୋଧ, ରାଷ୍ଟ୍ରୀୟ ଶିକ୍ଷାନୀତି,ଏନସିଏଫ୍, ବିଦ୍ୟା ଭାରତୀ ଚିନ୍ତନ ବୈଠକ ବିଷୟ ବିନ୍ଦୁର ଚର୍ଚ୍ଚା, ବିଦ୍ଵତ୍ ପରିଷଦ, ସଂସ୍କୃତିବୋଧ ପରିଯୋଜନା, ବିଦ୍ୟାଳୟ ଗୁଣବତ୍ତାର ବିକାଶ, ଆଧାରଭୂତ ଶିକ୍ଷା, ପ୍ରକାଶନ, ଆର୍ଥିକ ପ୍ରତିବନ୍ଧନ, ସେବାକାର୍ଯ୍ୟ ଆଦି ବିଷୟମାନ ଉପରେ ଚର୍ଚ୍ଚା ଆଲୋଚନା ହୋଇ ଥିଲା। ବୈଠକରେ ଜିଲ୍ଲା ପ୍ରମୁଖ, ସହ ଜିଲ୍ଲା ପ୍ରମୁଖ, ସମ୍ଭାଗ କାର୍ଯ୍ୟକର୍ତ୍ତା, ପ୍ରାନ୍ତ ଓ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଏବଂ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ମିଶି ମୋଟ୍ ୮୯ ଜଣ ଉପସ୍ଥିତ ଥିଲେ। ଚଳିତ ଶିକ୍ଷା ବର୍ଷର କାର୍ଯ୍ୟକ୍ରମ, ଶାସନ, ପ୍ରଶାସନ, ଶିକ୍ଷା- ଶିକ୍ଷଣର ସମୀକ୍ଷା ସହ ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ର ଯୋଜନା ଓ କ୍ରିୟାନ୍ବୟନ ପାଇଁ ବିଚାର ବିମର୍ଶ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/18/5o5FzENzi7ycAob3XJui.jpeg)